ଦିଲ୍ଲୀରେ ପ୍ରବଳ ବର୍ଷା ପରେ ୭ କିମି ଟ୍ରାଫିକ ଜାମ, ୩ ଘଣ୍ଟାରୁ ଅଧିକ ସମୟ ଅଟକିଲା ଗାଡ଼ି

ଭୁବନେଶ୍ୱର,୧ା୯: ସୋମବାର ଗୁରୁଗ୍ରାମରେ ପ୍ରବଳ ବର୍ଷା ଯୋଗୁଁ ୭-୮ କିଲୋମିଟର ଦୀର୍ଘ ଟ୍ରାଫିକ ଜାମ ହୋଇଛି, ଯେଉଁଥିରେ ଗାଡ଼ିଗୁଡ଼ିକ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା। ରାସ୍ତାଗୁଡ଼ିକରେ ପାଣି ଜମି ରହିଥିବାରୁ ସାଧାରଣ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇଛି।

ଭାରତୀୟ ପାଣିପାଗ ବିଭାଗ ମଙ୍ଗଳବାର (୨ ସେପ୍ଟେମ୍ବର ୨୦୨୫) ପାଇଁ ଅରେଞ୍ଜ ଆଲର୍ଟ ଜାରି କରି ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି। ଗୁରୁଗ୍ରାମ ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କହିଛନ୍ତି, “ସୋମବାର ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଗୁରୁଗ୍ରାମ ସହରରେ ୧୦୦ ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି।”

ଏହି ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଜିଲାର ସମସ୍ତ କର୍ପୋରେଟ ଅଫିସ ଓ ଘରୋଇ ଅନୁଷ୍ଠାନକୁ କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ପରାମର୍ଶ ଦିଆଯାଇଛି। ଏହା ସହ ସମସ୍ତ ସ୍କୂଲକୁ ୨ ସେପ୍ଟେମ୍ବରରେ ଅନଲାଇନ କ୍ଲାସ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରୀମାନେ ଜଳମଗ୍ନ ରାସ୍ତା, ବିଶେଷତଃ ଅଣ୍ଡରପାସ ଓ ତଳିଆ ଅଂଚଳ ଅସୁବିଧାର ସମ୍ମୁଖୀନ ହୋଇଥିଲେ।