ନାମାଙ୍କନ ଭରିଲେ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍‌

ନୂଆଦିଲ୍ଲୀ,୨୦ା୮: ବୁଧବାର ନାମାଙ୍କନ ଭରିଛନ୍ତି ଏନ୍‌ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍‌। ଦଳୀୟ ନେତାଙ୍କ ଉପସ୍ଥିତିରେ ରାଧାକ୍ରିଷ୍ଣନ୍‌ ଆଜି ନାମାଙ୍କନ ଭରିଛନ୍ତି।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ଭାଜପା ସଭାପତି ଜେପି ନଡ୍ଡା ଏବଂ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ମହାରାଷ୍ଟ୍ର ରାଜ୍ୟପାଳ ରାଧାକ୍ରିଷ୍ଣନଙ୍କ ସହିତ ରିଟର୍ଣ୍ଣିଂ ଅଫିସରଙ୍କ ସମ୍ମୁଖରେ ତାଙ୍କର ନାମାଙ୍କନ ଦାଖଲ କରିଥିଲେ।

ସୂତ୍ର ଅନୁସାରେ ନାମାଙ୍କନ ପ୍ରକ୍ରିୟାର ଏକ ଅଂଶ ଭାବରେ ଚାରି ସେଟ୍‌ କାଗଜପତ୍ର ଦାଖଲ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ସେଟ୍‌ ଡକ୍ୟୁମେଣ୍ଟରେ ମୁଖ୍ୟ ପ୍ରସ୍ତାବକ ଥିଲେ।

ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ସଂସଦ ପରିସରରେ ପ୍ରଣାମ ସ୍ଥଳ ପରିଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଣାମ କରିଥିଲେ।

ନିର୍ବାଚନ ସେପ୍ଟେମ୍ବର ୯ରେ ଅନୁଷ୍ଠିତ ହେବ, ଯେଉଁଠାରେ ସିପି ରାଧାକ୍ରିଷ୍ଣନ୍‌ ବିରୋଧୀ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବିପକ୍ଷରେ ମୁକାବିଲା କରିବେ।