FILE PHOTO: Tennis - Australian Open - Third Round - Melbourne Park, Melbourne, Australia - January 25, 2020. Spain's Fernando Verdasco in action during his match against Germany's Alexander Zverev. REUTERS/Kai Pfaffenbach
ପ୍ୟାରିସ, ୨୭ା୯(ଏପି)-କରୋନା ଭାଇରସ୍ ଟେଷ୍ଟରେ ପଜିଟିଭ୍ ପାଇଁ ପୂର୍ବତନ ଟପ୍ ଟେନ୍ ଖେଳାଳି ଫର୍ନାଣ୍ଡୋ ଭର୍ଡାସ୍କୋ ଫ୍ରେଞ୍ଚ ଓପନ୍ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି। କିନ୍ତୁ ତାଙ୍କ ମତରେ ଏହି ଫଳାଫଳରେ ତ୍ରୁଟି ରହିଛି। ଚଳିତବର୍ଷ ୟୁ.ଏସ୍. ଓପନ୍ ମିସ୍ କରିବା ପୂର୍ବରୁ ସ୍ପେନର ଏହି ୩୬ ବର୍ଷୀୟ ଖେଳାଳି ଲଗାତର ଭାବେ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଖେଳି ଆସୁଥିଲେ। ଭର୍ଡାସ୍କୋ ଟୁଇଟରରେ ଲେଖିଛନ୍ତି ରୋଲାଣ୍ଡ ଗ୍ୟାରେସ୍ଠାରେ ଖେଳ ଆରମ୍ଭ ହେବାରୁ ଦୁଇ ଦିନ ପୂର୍ବରୁ ଅଗଷ୍ଟରେ ତାଙ୍କର କୋଭିଡ୍-୧୯ ଟେଷ୍ଟ ହୋଇଥିଲା। ମାତ୍ର ସେତେବେଳେ ତାଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ଚଳିତ ସପ୍ତାହ ଟେଷ୍ଟରେ ପଜିଟିଭ୍ ଆସିବା ପୂର୍ବରୁ ତାଙ୍କର ଅନ୍ୟ କେତେ ଥର ହୋଇଥିବା ଟେଷ୍ଟରେ ନେଗେଟିଭ୍ ରହିିଥିଲା। ଭର୍ଡାସ୍କୋ ଆଉଥରେ ଟେଷ୍ଟ ପାଇଁ ଫ୍ରେଞ୍ଚ ଓପନ୍ ଆୟୋଜକଙ୍କୁ ଅନୁରୋଧ କରିଥିଲେ ମାତ୍ର ତାହା ନେଗେଟିଭ୍ ଆସିଥିଲା। ସେ କହିଛନ୍ତି ସେ ନିଜେ ଏକ ଅନ୍ଅଫିସିଆଲ ଟେଷ୍ଟ କରାଇଥିଲେ ଏବଂ ତାହା ନେଗେଟିଭ୍ ଆସିଥିଲା। ଫ୍ରେଞ୍ଚ ଓପନ୍ ଆୟୋଜକଙ୍କ ଏହି ନିଷ୍ପତ୍ତି ତାଙ୍କ ମନରେ ନୈରାଶ୍ୟ ଓ ହତାଶ ଭାବ ସୃଷ୍ଟି କରିଛି। ୨୦୦୯ ଅଷ୍ଟ୍ରେଲିଆନ ଓପନ୍ ସେମିଫାଇନାଲିଷ୍ଟ ଭର୍ଡାସ୍କୋ ବର୍ତ୍ତମାନ ର଼୍ୟାଙ୍କିଙ୍ଗ ତାଲିକାର ୫୮ତମ ସ୍ଥାନରେ ଅଛନ୍ତି।