ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ଉପସଭାପତି ଭାବେ କିଶୋର ପାଇକ, ସମ୍ପାଦକ ସୁରେନ୍ଦ୍ର ହୋତା, ସହସମ୍ପାଦକ ପାଣ୍ଡବ ସୁନା ଏବଂ କୋଷାଧ୍ୟକ୍ଷ ଭାବେ ପ୍ରଶାନ୍ତ ନାଏକ ମନୋନୀତ ହୋଇଛନ୍ତି ।

ଓକିଲ ସଂଘର କାର୍ଯ୍ୟକାରୀ ସଦସ୍ୟ ଭାବେ ହିମାଂଶୁ ଦୋରା, ରକ୍ଷାକାରୀ ଠେଲା, ସରୋଜ କୁମାର ମିଶ୍ର, ଲିଙ୍ଗରାଜ ବିଶି, ନରେନ୍ଦ୍ର ଭୋଇ, ଯଦୁରାମ ତ୍ରିପାଠୀ ମନୋନୀତ ହୋଇଛନ୍ତି । କାର୍ତ୍ତିକ ରଣା ଓ ଲଳିତ ବଘାର ନିର୍ବାଚନ ପରିଚାଳନା କରିଥିଲେ।

Share