ବେଦାନ୍ତ ପକ୍ଷରୁ ଜେଡିଏଏକୁ ଆର୍ଥିକ ସହାୟତା

ଭୁବନେଶ୍ୱର,୨୬।୨: ଝାରସୁଗୁଡ଼ା ଜିଲା ଆଥ୍‌ଲେଟିକ୍‌ ଆସୋସିଏସନ (ଜେଡିଏଏ) କୁ ବେଦାନ୍ତ ଆଲୁମିନିୟମ ଆର୍ଥିକ ସହାୟତା ପ୍ରଦାନ କରିଛି। ଏପରିକି ଜେଡିଏଏର ଏକ ଆଧୁନିକ ପ୍ରଶାସନିକ ବିଲ୍‌ଡିଂ ନିର୍ମାଣ ପାଇଁ କମ୍ପାନୀ ପକ୍ଷରୁ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯାଇଛି। ବିଶେଷକରି ସମ୍ପୃକ୍ତ ଅଞ୍ଚଳରେ କ୍ରୀଡା ଏବଂ କ୍ରୀଡା ପ୍ରତିଭାକୁ ପୋଷଣ କରିବା ପାଇଁ କମ୍ପାନୀ ତା’ର ପ୍ରତିବଦ୍ଧତାକୁ ଦୃଢ଼ କରିଛି। ଏହି ପଦକ୍ଷେପର ଏକ ଅଂଶ ଭାବେ କମ୍ପାନୀ କୋଠାର ବିକାଶ ପାଇଁ ୫୦ଲକ୍ଷ ଟଙ୍କା ସହାୟତା କରିଛି, ଯାହା ଜିଲାର କ୍ରୀଡ଼ା ଆକାଂକ୍ଷାକୁ ସମର୍ଥନ କରିବା ପାଇଁ ଏକ ସୁସଜ୍ଜିତ ସ୍ଥାନ ସୃଷ୍ଟି ନିଶ୍ଚିତ କରିଛି।
ଉଲ୍ଲେଖଯୋଗ୍ୟ, ଝାରସୁଗୁଡା ଜିଲା ଆଥ୍‌ଲେଟିକ୍‌ ଆସୋସିଏସନ (ଜେଡିଏଏ) ର ପ୍ରଶାସନିକ କୋଠା ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୁର୍ଗପତି ପ୍ରସାଦ ତମାଙ୍ଗ କମାଣ୍ଡାଣ୍ଟ ଓଏସ୍‌ଏପି ଦ୍ୱିତୀୟ ବାଟାଲିୟନ ଝାରସୁଗୁଡା ଏବଂ ବିଜୟ ଦାସ ଜିଲା କ୍ରୀଡା ଉପାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।