ଭାଜପାକୁ ୯୭ କୋଟି ଚାନ୍ଦା ଦେଇଛି ବେଦାନ୍ତ

ନୂଆଦିଲ୍ଲୀ,୧୪ା୭; ଗତବର୍ଷ ସୁପ୍ରିମକୋର୍ଟ ଇଲେକ୍ଟୋରାଲ ବଣ୍ଡ୍‌ ରଦ୍ଦ କରିବା ସତ୍ତ୍ୱେ ୨୦୨୪-୨୫ ଆର୍ଥତ୍କ ବର୍ଷରେ ଅନିଲ ଅଗ୍ରଓ୍ବାଲଙ୍କ କମ୍ପାନୀ ବେଦାନ୍ତ ଲିମିଟେଡ୍‌ ଶାସକ ଦଳ ଭାଜପାକୁ ୯୭ କୋଟି ଟଙ୍କା ଚାନ୍ଦା ଦେଇଥିବା ଏହାର ସଦ୍ୟତମ ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି। ବିଭିନ୍ନ ବ୍ୟୟ ବିଭାଗରେ ରାଜନୈତିକ ଦଳଗୁଡ଼ିକୁ ଦିଆଯାଇଥିବା ଚାନ୍ଦା ସମ୍ପର୍କରେ କମ୍ପାନୀ ଦର୍ଶାଇଛି। ରିପୋର୍ଟ ଅନୁଯାୟୀ, ବେଦାନ୍ତ ୨୦୨୪-୨୫ ବର୍ଷରେ ରାଜନୈତିକ ଦଳଗୁଡ଼ିକୁ ମୋଟ ୧୫୭ କୋଟି ଟଙ୍କା ଚାନ୍ଦା ଦେଇଛି। ବିଜେଡିକୁ ବେଦାନ୍ତ ୨୫ କୋଟି ଦେଇଥିବାବେଳେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ମାତ୍ର ୧୦ କୋଟି ଟଙ୍କା ଦେଇଛି। ଭାଜପାକୁ ବେଦାନ୍ତର ଚାନ୍ଦା ପାଖାପାଖି ୪ ଗୁଣା ବଢ଼ିଛି। ୨୦୨୩-୨୪ ବର୍ଷରେ ଉକ୍ତ କମ୍ପାନୀ ଭାଜପାକୁ ୨୬ କୋଟି ଏବଂ ବିଜେଡିକୁ ୧୫ କୋଟି ଟଙ୍କା ଚାନ୍ଦା ଦେଇଥିବାବେଳେ କଂଗ୍ରେସକୁ ୪୯ କୋଟି ଟଙ୍କା ଦେଇଥିଲା। ୨୦୨୧-୨୨ ବର୍ଷରେ ରାଜନୈତିକ ଦଳଗୁଡ଼ିକୁ ବେଦାନ୍ତର ମୋଟ ଚାନ୍ଦା ପରିମାଣ ୧୨୩ କୋଟି ଟଙ୍କା ଥିବାବେଳେ ୨୦୨୨-୨୩ରେ ୧୫୫ କୋଟି ଟଙ୍କା ଥିଲା। ୨୦୧୭ରୁ ୫ ବର୍ଷ ମଧ୍ୟରେ ବେଦାନ୍ତ ଇଲେକ୍ଟ୍ରୋରାଲ ବଣ୍ଡ୍‌ ଜରିଆରେ ରାଜନୈତିକ ଦଳଗୁଡ଼ିକୁ ୪୫୭ କୋଟି ଟଙ୍କା ଦେଇଥିଲା।