Categories: Home Leftଖେଳ

ସେମିଫାଇନାଲରେ ଭେକିକ୍‌

ଲଣ୍ଡନ, ୧୦।୭: କ୍ରୋଏସିଆର ଡୋନା ଭେକିକ୍‌ ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ସେ ନ୍ୟୁଜିଲାଣ୍ଡ ଜନ୍ମିତ ସୁଇସ୍‌ ପ୍ରଫେଶନାଲ ଲୁଲୁ ରାଡୋଭକିକ୍‌ଙ୍କୁ ୫-୭, ୬-୪, ୬-୧ ସେଟ୍‌ରେ ପରାସ୍ତ କରିଛନ୍ତି। ପ୍ରଥମ ସେଟ୍‌ରେ ପରାଜୟ ସତ୍ତ୍ୱେ ଚାପର ବଶବର୍ତ୍ତୀ ନ ହୋଇ ଭେକିକ୍‌ ସଫଳ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ୨ଟି ସେଟ୍‌ ଜିତିଥିଲେ। କୌଣସି ଗ୍ରାଣ୍ଡସ୍ଲାମର ସେମିଫାଇନାଲରେ ପ୍ରବେଶ କରିବା ଭେକିକ୍‌ଙ୍କ ପାଇଁ ଏହା ପ୍ରଥମ। ୨୦୧୯ ୟୁଏସ୍‌ ଓପନ ଏବଂ ୨୦୨୩ ଅଷ୍ଟ୍ରେଲିଆନ ଓପନ କ୍ୱାର୍ଟରଫାଇନାଲ ଖେଳିବା ଏହା ପୂର୍ବରୁ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା। ତେବେ ଏହି ୨ଟି ଯାକ ଟୁର୍ନାମେଣ୍ଟରେ ସେ କ୍ୱାର୍ଟର ଫାଇନାଲରୁ ହାରି ବିଦାୟ ନେଇଥିଲେ।