କାଙ୍ଗାଳ କରିଦେବ ବାସ୍ତୁଦୋଷ, ରୋଗରେ ପଡ଼ି ହେବେ ଖର୍ଚ୍ଚାନ୍ତ, ଜାଣିରଖନ୍ତୁ…

ଘରେ କୌଣସି ଛୋଟମୋଟ ବାସ୍ତୁଦୋଷ ଥିଲେ ଏହାର ଅନେକ କୁ-ପ୍ରଭାବ ପରିବାରର ସୁଖ, ସମୃଦ୍ଧି ଉପରେ ପଡ଼ିଥାଏ ବୋଲି ବିଶ୍ୱାସ କରାଯାଏ।ଏହି ସମସ୍ୟାର ସମାଧାନପାଇଁ ଜାଣନ୍ତୁ କିଛିଟା ସରଳ ବାସ୍ତୁ ଟିପ୍ସ…

* ରୋଷେଇ ଘର କୋଣରେ ତମ୍ବା ପାତ୍ରରେ ଗଙ୍ଗାଜଳ ରଖିବା ଦ୍ୱାରା ଘରର ଆର୍ଥିକ ପରିସ୍ଥିତି ସୁଧୁରିଥାଏ ବୋଲି ବିଶ୍ୱାସ ରହିଛି।

* ଘରର ଉତ୍ତର-ପୂର୍ବ ଦିଗରେ ମା’ ଲକ୍ଷ୍ମୀଙ୍କ ଫଟୋ ଲଗାଇ ନିୟମିତ ପୂଜାର୍ଚ୍ଚନା କଲେ ସୁଖସମୃଦ୍ଧି ବୃଦ୍ଧି ପାଏ।

* ଉତ୍ତର ଦିଗରେ ଶୁଆ ଫଟୋ ଲଗାଇବା ବି ଶୁଭ। ଏହା ପିଲାଙ୍କ ଏକାଗ୍ରତା ବଢ଼ାଇବାରେ ସହାୟକ ହୋଇଥାଏ।

* ଘରର ମୁଖିଆ ନିୟମିତ ଭଗବାନ ଶିବ ଓ ଚନ୍ଦ୍ର ଦେବଙ୍କର ମନ୍ତ୍ର ଉଚ୍ଚାରଣ କଲେ ସୁଖ, ଶାନ୍ତି ବୃଦ୍ଧିପାଏ ବୋଲି ବିଶ୍ୱାସ ରହିଛି।

* ପୂର୍ବମୁଖୀ ଘରର ମୁଖ୍ୟଦ୍ୱାରରେ ସୂର୍ଯ୍ୟଯନ୍ତ୍ର ସ୍ଥାପନା କରି ପୂଜା କଲେ ପରିବାରର ଶୁଭ ହୁଏ।

* ଘରର ମଧ୍ୟଭାଗରେ ଯେତେ କମ୍‌ ଜିନିଷ ରଖିବେ ସେତେ ଭଲ। ନଚେତ୍‌ ଏହା ଘର ମଧ୍ୟକୁ ପ୍ରବେଶ କରୁଥିବା ସକାରାତ୍ମକ ଊର୍ଜାକୁ ବାଧା ଦେଇଥାଏ।

* ଦର୍ପଣକୁ ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ଲଗାଇଲେ ଆୟ ଓ ଧନ ବୃଦ୍ଧି ପାଇଥାଏ।

* ଘରର ମୁଖ୍ୟ ଦ୍ୱାରରେ କଳା ଘୋଡ଼ାର ନାଲ ଲଗାଇବା ବି ଶୁଭଫଳ ଦେଇଥାଏ।

* ରୋଷେଇ ଘର ଏବଂ ବାଥ୍‌ରୁମ୍‌ ସାମ୍ନାସାମ୍ନି ରହିବା ଆଦୌ ଠିକ୍‌ ନୁହେଁ। ଏହାଦ୍ୱାରା ପରିବାର ଲୋକଙ୍କର ବାରମ୍ବାର ଦେହ ଖରାପ ହୁଏ ବୋଲି ବିଶ୍ୱାସ ରହିଛି।

* କାଚ ବାଉଲ୍‌ରେ ଲୁଣ ନେଇ ବାଥ୍‌ରୁମ୍‌ରେ ରଖିଲେ ନକାରାତ୍ମକ ଶକ୍ତି ଦୂର ହୁଏ।