ମା’ ଲକ୍ଷ୍ମୀ ସ୍ବଭାବରେ ଚଞ୍ଚଳ ଏବଂ କ୍ରୋଧୀ। ଯେଉଁ ଘରେ ଲକ୍ଷ୍ମୀ ବାସ କରନ୍ତି, ସେଠାରେ ସୁଖ, ଧନ, ସମୃଦ୍ଧି, ବିଳାସର ଅଭାବ ହୁଏ ନାହିଁ। ଏମିତିରେ ସମସ୍ତେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ସେମାନଙ୍କ ଉପରେ ରହୁ ବୋଲି ଚାହିଁଥାନ୍ତି। କିନ୍ତୁ ଯଦି କାହା ଘରେ ବାସ୍ତୁ ଦୋଷ ଥାଏ, ତେବେ ସେହି ଘରେ ଦେବୀ ଲକ୍ଷ୍ମୀ କେବେ ବି ବାସ କରନ୍ତି ନାହିଁ।
ସେହିଭଳି ଗୋଟିଏ ବଡ଼ ଭୁଲ ଯୋଗୁ ଲକ୍ଷ୍ମୀ କ୍ରୋଧିତ ହୋଇଯାଆନ୍ତି, ତେବେ ଆସନ୍ତୁ ଜାଣିବା ସେହି ଭୟଙ୍କର ଭୁଲ କ’ଣ?
ବାସ୍ତୁ ଶାସ୍ତ୍ର ଅନୁସାରେ, ଯେଉଁ ଘରେ ମଇଳା ଥାଏ, ସେଠାରେ ଦେବୀ ଲକ୍ଷ୍ମୀ କେବେ ବି ରୁହନ୍ତି ନାହିଁ। ଦେବୀ ଲକ୍ଷ୍ମୀ ମଇଳାକୁ ଆଦୌ ପସନ୍ଦ କରନ୍ତି ନାହିଁ, ସେ ସର୍ବଦା ସଫାସୁତୁରା ସ୍ଥାନରେ ବାସ କରନ୍ତି। ତେଣୁ ଯେଉଁ ସ୍ଥାନରେ ଜଣେ ଅପରିଷ୍କାର ଅବସ୍ଥାରେ ବାସ କରେ ଏବଂ ନିଜର ପରିବେଶକୁ ମଧ୍ୟ ଅପରିଷ୍କାର ରଖେ, ସେଠାରେ ଦେବୀ ଲକ୍ଷ୍ମୀ ରହିବା ଅସମ୍ଭବ।
-ବାସ୍ତୁ ଶାସ୍ତ୍ରରେ ରୋଷେଇ ଘର ଏବଂ ପ୍ରାର୍ଥନା ଘରର ସଫାସୁତୁରାକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଯିଏ ନିଜ ଘରର ରୋଷେଇ ଘର ଏବଂ ପ୍ରାର୍ଥନା ଘରେ ପରିଷ୍କାର ପରିଚ୍ଛନ୍ନତା ଏବଂ ପବିତ୍ରତା ପାଳନ କରେ ନାହିଁ, ତାଙ୍କୁ ବାସ୍ତୁ ଦୋଷ ବର୍ଗରେ ରଖାଯାଏ। ଏପରି ଘରେ ଲକ୍ଷ୍ମୀ କେବେ ବାସ କରନ୍ତି ନାହିଁ।
-ଯେଉଁ ଲୋକମାନେ ନିଜ ଘରେ ଝାଡୁକୁ ସମ୍ମାନ ଦିଅନ୍ତି ନାହିଁ, ଏହାକୁ ଏଠାକୁ ସେଠାକୁ ଫିଙ୍ଗି ଦିଅନ୍ତି ଏବଂ ଝାଡୁ ପାଖରେ ଅଳିଆ ମଧ୍ୟ ସଂଗ୍ରହ କରନ୍ତି, ସେମାନଙ୍କୁ ମଧ୍ୟ ମାତା ଲକ୍ଷ୍ମୀ ପସନ୍ଦ କରନ୍ତି ନାହିଁ। ଘରେ ଝାଡୁକୁ ଉପଯୁକ୍ତ ସ୍ଥାନରେ ରଖନ୍ତୁ ଏବଂ ଏହାକୁ ପାଦରେ ଗୋଇଠା ଯଦି ମାରୁନାହାନ୍ତି ତେବେ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି।
ତେଣୁ ଯଦି ଆପଣ ମଧ୍ୟ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ଚାହାଁନ୍ତି, ତେବେ ପରିଷ୍କାର ପରିଚ୍ଛନ୍ନତା ଏବଂ ପବିତ୍ରତାକୁ ପାଳନ କରନ୍ତୁ ଏବଂ ଏହି ବାସ୍ତୁ ଦୋଷଗୁଡ଼ିକୁ ଦୂର କରନ୍ତୁ।