ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ ବେଶ୍ ଖୁସି ଅଛନ୍ତି। କିନ୍ତୁ ଏହି ଖୁସି ଭିତରେ ତାଙ୍କୁ ଏକ ଦୁଃଖ ଘାରୁଛି। ତାଙ୍କ ଝିଅ ଲାରା ଏକ ଗମ୍ଭୀର ରୋଗର ଶିକାର ହୋଇଛନ୍ତି। ନିକଟରେ ଏକ ସାକ୍ଷାତକାରରେ ବରୁଣ ନିଜ ଦୁଃଖ କାହାଣୀ ବର୍ଣ୍ଣନା କରି ଭାବପ୍ରବଣ ହୋଇପଡ଼ିଛନ୍ତି। ଲାରାଙ୍କୁ ମାତ୍ର ୧.୫ ବର୍ଷ ହୋଇଥିବାବେଳେ ହିପ ଡେଭଲପମେଣ୍ଟାଲ ଡିସପ୍ଲାସିଆ (DDH) ରୋଗରେ ପୀଡିତ ହୋଇଥିଲେ। ଏହା ଏକ ଏପରି ଅବସ୍ଥା, ସାଧାରଣ ଭାବରେ ଚାଲିବା ଏବଂ ଦୌଡ଼ିବାର କ୍ଷମତାକୁ ପ୍ରଭାବିତ କରେ। ପ୍ରାରମ୍ଭିକ ସମୟରେ ଆର୍ଥ୍ରାଇଟିସ ହେବାର ସମ୍ଭାବନା ଥାଏ ଏବଂ ସ୍ଲିପ ଡିସ୍କର ବିପଦ ବଢ଼ିଯାଏ। ଭାରତରେ ଏପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ବ୍ୟାପକ ସ୍କ୍ରିନିଂ ଉପଲବ୍ଧ ନାହିଁ। ଅଢ଼େଇ ମାସ ପର୍ଯ୍ୟନ୍ତ ଝିଅର ଚିକିତ୍ସା ଚାଲିଥିଲା। ଆମ ପରିବାର ପାଇଁ ଏହି ସମୟ ବେଶ୍ କଷ୍ଟଦାୟକ ଥିଲା। ଏବେ ସେ ଧୀରେ ଧୀରେ ସୁସ୍ଥ ହେଉଥିବା କହିଛନ୍ତି ବରୁଣ।
ଅନେକ ବର୍ଷ ଡେଟିଂ କରିବା ପରେ ବରୁଣ-ନତାଶା ଦଲାଲ ଜାନୁଆର ୨୪, ୨୦୨୧ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୨୦୨୪, ଜୁନ ୩ରେ ବରୁଣ-ନତାଶା ଦଲାଲ ଝିଅ ଲାରାକୁ ସ୍ବାଗତ କରିଥିଲେ।