Categories: Home Leftଖେଳ

ପ୍ରଥମ ବଲ୍‌ରେ ହିଁ ଭାରତର ସବୁଠାରୁ ବଡ଼ ‘ଶତ୍ରୁ’ଙ୍କ ପତ୍ତା କାଟିଲେ ବରୁଣ, ଖୁସିରେ ଝୁମି ଉଠିଲେ ଅନୁଷ୍କା

ଦୁବାଇ,୪।୩: ମଙ୍ଗଳବାର ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଟସ୍‌ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ କରୁଛି। ଏହି ସମୟରେ ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ତାଙ୍କ ପ୍ରଥମ ବଲ୍‌ରେ ଟ୍ରାଭିସ ହେଡ୍‌ଙ୍କ ପତ୍ତା କାଟି ଭାରତକୁ ଏକ ବଡ଼ ଉଇକେଟ୍‌ ଦେଇଛନ୍ତି। ଏହି ଉଇକେଟ୍‌ ଏପରି ସମୟରେ ଆସିଥିଲା ଯେତେବେଳେ ହେଡ୍‌ କ୍ରିଜ୍‌ରେ ସ୍ଥିର ହୋଇ ବଡ଼ ସଟ ଖେଳିବା ଆରମ୍ଭ କରିଥିଲେ। ବରୁଣ ନ୍ୟୁଜିଲାଣ୍ଡ ବିପକ୍ଷରେ ଟର୍ନାମେଣ୍ଟରେ ପ୍ରଥମ ସୁଯୋଗ ପାଇଥିଲେ, ଯେଉଁଠାରେ ସେ ୫ ଉଇକେଟ ୍‌ନେଇ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ସେମିଫାଇନାଲରେ ମଧ୍ୟ ସେ ଟିମ ଇଣ୍ଡିଆକୁ ବହୁତ ଆଶ୍ୱସ୍ତି ଦେଇଛନ୍ତି, ଯାହାକି ଏହି ଉଇକେଟ୍‌ ସହିତ ଭାରତର ଅଧା ଟେନସନ ଶେଷ ହୋଇଯାଇଛି। ଏହି ଉଇକେଟ୍‌ ପରେ ସମଗ୍ର ଷ୍ଟାଡିୟମ ଆନନ୍ଦରେ ଫାଟି ପଡ଼ିଥିଲା। ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ପ୍ରତିକ୍ରିୟା ମଧ୍ୟ ଭାଇରାଲ ହେବାରେ ଲାଗିଛି।

 

Share