ନୂଆପଡ଼ା,୨୫ା୪ (ମକାରୁ ବେମାଲ):ସ୍ଥାନୀୟ ପୋଲିସ ପଡିଆଠାରେ ଜିଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶ ମୁଖ୍ୟଅତିଥି ଓ କଳାହାଣ୍ଡି ଏମ୍ପି ପ୍ରତିନିଧି ପ୍ରେମ ଅଗ୍ରୱାଲ, ଜିଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝି, ମାଲ୍ୟବନ୍ତ ସୁନା, ଭରତ ଲାଲ ରାଉତ, ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଖରିଆର ରୋଡ ଏନ୍ଏସି ଅଧ୍ୟକ୍ଷା ସୋନିଆ ଜୈନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଉପଲକ୍ଷେ ଅତିଥିମାନେ ବିଭିନ୍ନ ପଞ୍ଚାୟତକୁ ଉତ୍ତମ ପ୍ରଦର୍ଶନ ପାଇଁ ରାଜ୍ୟ ଅର୍ଥ କମିଶନ ଦ୍ୱାରା ପ୍ରଦତ୍ତ ଅର୍ଥ ରାଶି ଓ ଟ୍ରଫି ଦେଇ ସମ୍ମାନିତ କରିଥିଲେ। ଜିଲାର ବିଭିନ୍ନ ପଞ୍ଚାୟତ ଓ ଏନ୍ଏସିର ୩୦ ହିତାଧିକାରୀଙ୍କ ସମେତ ସମଗ୍ର ଜିଲାର ୧୪୨ ଜଣଙ୍କୁ ନୂତନ ରାଶନ କାର୍ଡ ପ୍ରଦାନ କରା ଯାଇଥିଲା। ଏମ୍ଜିଏନ୍ଆର୍ଇଜିଏସ୍ରେ ୩ ଶହ ଦିନ କାମ କରିଥିବା ୨ଜଣ ଶ୍ରମିକଙ୍କୁ ଜିଲାପାଳ ସମ୍ମାନିତ କରିଥିଲେ।