ନିଆଁ କବଳରେ ମୂଲ୍ୟବାନ ଗଛ, ଜୀବଜନ୍ତୁ

ଛତ୍ରପୁର,୧୮ା୩(ଦିଲ୍ଲୀପ ସାମଲ): ଗ୍ରୀଷ୍ମଋତୁ ଆରମ୍ଭରୁ ହିଁ ଜଙ୍ଗଲରେ ନିଆଁର ପ୍ରକୋପ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଲଣ୍ଡା ବାଉଁଶ ପାହାଡ଼ ଜଙ୍ଗଲରେ କୌଣସି କାରଣରୁ ଭୟାବହ ଅଗ୍ନିକାଣ୍ଡ ଘଟି ଶହଶହ ମୂଲ୍ୟବାନ ଗଛ ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ବନବିଭାଗର ଦେଖାମିଳୁନାହିଁ। ଏହି ନିଆଁ ଫଳରେ କେବଳ ପରିବେଶ ନୁହେଁ, ବରଂ ବନ୍ୟଜନ୍ତୁଙ୍କ ଜୀବନ ମଧ୍ୟ ବିପଦରେ ପଡ଼ିଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ନିଆଁ ବ୍ୟାପିବାରେ ଲାଗିଛି। ଭୟଭୀତ ଅବସ୍ଥାରେ ଗ୍ରାମବାସୀ ରହିଛନ୍ତି। ସ୍ଥାନୀୟ ଲୋକେ ବନ ବିଭାଗକୁ ଅବଗତ କରିଥିଲେ ମଧ୍ୟ କାହାରି ଦେଖା ମିଳିନାହିଁ ବୋଲି ଲଣ୍ଡା ବାଉଁଶ ଗ୍ରାମବାସୀ ମଥୁରା ସୁବୁଦ୍ଧି ଅଭିଯୋଗ କରିଛନ୍ତି।

Dharitri – Odisha’s No.1 Odia Daily

Share