ନୂଆଦିଲ୍ଲୀ,୭।୧୦:ଭାରତର ୧୯ ବର୍ଷରୁ କମ ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଏଠାରେ ଯୁବ ଖେଳାଳିମାନେ ସେମାନଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦଳର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏବେ ସେ ତାଙ୍କ ପ୍ରଦର୍ଶନ ପାଇଁ ନୁହେଁ, ବରଂ ତାଙ୍କ ଫିଟନେସ ପାଇଁ। ପୂର୍ବତନ ଟିମ ଇଣ୍ଡିଆ ବ୍ୟାଟିଂ କୋଚ ବିକ୍ରମ ରାଠୌର ବୈଭବଙ୍କୁ ତାଙ୍କ ଫିଟନେସ ବିଷୟରେ ଚେତାବନୀ ଦେଇ କହିଛନ୍ତି, ଭାରତ ଫେରିବା ପରେ ତାଙ୍କର ଯାଞ୍ଚ୍ କରାଯିବ।
ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ ଦ୍ୱାରା ଶେୟାର କରାଯାଇଥିବା ଏକ ଭିଡିଓ କଲ ବିକ୍ରମ ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ଏକ ବାର୍ତ୍ତାଳାପ ଦେଖାଉଛି। ଏହି କଲରେ, ରାଠୌର ପ୍ରଥମେ ହସି ବୈଭବଙ୍କୁ ଅଷ୍ଟ୍ରେଲିଆରେ ତାଙ୍କ ଅଭିଜ୍ଞତା ବିଷୟରେ ପଚାରନ୍ତି, କିନ୍ତୁ ତା’ପରେ ହଠାତ୍ ଫିଟନେସ ବିଷୟକୁ ଆସନ୍ତି।
ରାଠୋର କଲରେ ବୈଭବଙ୍କୁ ପଚାରନ୍ତି, ତୁମର ଫିଟନେସ କିପରି ଅଛି? ବୈଭବ ଉତ୍ତର ଦେଛନ୍ତି, ଫିଟନେସ ଭଲ ଚାଲିଛି, କିନ୍ତୁ କୋଚ ତାଙ୍କ ଉତ୍ତରରେ ସହମତ ହେବା ପରି ମନେ ହେଉ ନ ଥିଲା। ଏହା ସ୍ପଷ୍ଟ ଯେ ରାଠୋର ବୈଭବଙ୍କୁ ତାଙ୍କ ଫିଟନେସ ଉପରେ ଅଧିକ ଗମ୍ଭୀରତାର ସହ କାମ କରିବାକୁ ଚାହୁଁଛନ୍ତି। ଭାରତ ଫେରିଲେ ତୁମର ଫିଟ୍ନେସ୍ ଯାଞ୍ଚ୍ କରାଯିବ ବୋଲି କହିଛନ୍ତି।
ବୈଭବଙ୍କୁ ଆନୁଷ୍ଠାନିକ ଭାବରେ ଚେତାବନୀ ଦିଆଯାଇଛି। ଦଳ ପରିଚାଳନା ତାଙ୍କୁ ସ୍ପଷ୍ଟ କରିଛି ଯେ, ଫିଟନେସ ମାନଦଣ୍ଡ ସହିତ କୌଣସି ସାଲିସ କରାଯିବ ନାହିଁ। ଭାରତ ଫେରିବା ପରେ ତାଙ୍କର ଫିଟନେସ ପରୀକ୍ଷା କରାଯିବ। ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ। କାରଣ ବୈଭବଙ୍କୁ ରାଜସ୍ଥାନ ରୟାଲ୍ସର ଭବିଷ୍ୟତର ସମ୍ଭାବନା ଭାବରେ ଦେଖାଯାଉଛି ଏବଂ ଦଳ ତାଙ୍କୁ ପରବର୍ତ୍ତୀ ସ୍ତରରେ ବିକଶିତ କରିବାକୁ ଚାହୁଁଛି।
ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ଅଭ୍ୟାସ ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ ୧୧୩ ରନ୍ର ଏକ ଚମତ୍କାର ଇନିଂସ ଖେଳିଥିଲେ। ଏହା ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା।