ଆବୁଧାବି,୧୨।୧୨: ଭାରତୀୟ କିଶୋର ତାରକା ବୈଭବ ସୂର୍ଯ୍ୟବଂଶୀ U19 ଏସିଆ କପରେ UAE ବିପକ୍ଷରେ ୧୭୧ ରନ୍ କରି ୨୦୨୫ରେ ତାଙ୍କର ଚମତ୍କାର ଫର୍ମ ଜାରି ରଖିଛନ୍ତି। ସେ ମାତ୍ର ୯୫ବଲରେ ୯ ଚୌକା ଏବଂ ୧୪ ଛକା ସହିତ ଦ୍ୱିତୀୟ ସର୍ୱାଧିକ ସ୍କୋରରେ ପହଞ୍ଚିଛନ୍ତି। ହେଲେ ସେ 200 ରନ୍ରୁ ବଞ୍ଚିତ ହୋଇଛନ୍ତି।
ଶୁକ୍ରବାର ଦୁବାଇର ICC ଏକାଡେମୀ ଗ୍ରାଉଣ୍ଡରେ UAE ବିପକ୍ଷରେ 19 ବର୍ଷରୁ କମ୍ ଏସିଆ କପ୍ର ଉଦ୍ଘାଟନୀ ମ୍ୟାଚରେ ଭାରତର ଯୁବ ବ୍ୟାଟିଂ ତାରକା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଚମତ୍କାର ଫର୍ମ ଜାରି ରଖିଛନ୍ତି। 14 ବର୍ଷୀୟ ବାମହାତୀ ଏକ ଦମ୍ ଦାର ଇନିଂସ ଖେଳି ମାତ୍ର ୫୬ବଲରେ ଶତକ ହାସଲ କରିଥିଲେ। UAE ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟି କରି ୫୦ ଓଭରରେ ୬ ଉଇକେଟ ହରାଇ ୪୩୩ ରନ୍ କରିଥିଲା।
ବୈଭବ ସତର୍କତାର ସହିତ ଇନିଂସ ଆରମ୍ଭ କରି 30 ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ପରେ ସେ ୯୫ ବଲରେ ୧୭୧ ରନ୍ର ଦମ୍ଦାର ଇନିଂସ କରିଥିଲେ।