Categories: Home Leftଖେଳ

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଅଛନ୍ତି ବ୍ୟାଟିଂ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀ।

୧୪ ବର୍ଷୀୟ ସୂର୍ଯ୍ୟବଂଶୀ ଇଂଲଣ୍ଡ ବିପକ୍ଷ ଫାଇନାଲରେ ୮୦ ବଲରୁ ୧୭୫ ରନ ସ୍କୋର କରିଥିଲେ। ସେ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ। ୧୨ ଜଣିଆ ଦଳରେ ସେ କନିଷ୍କ ଚୌହାନ ଓ ହେନିଲ ପଟେଲଙ୍କ ସହ ଯୋଗ ଦେଇଛନ୍ତି। ଭାରତ ରେକର୍ଡ ୬ଷ୍ଠ ଥର ପାଇଁ ଟାଇଟଲ ବିଜେତା ହୋଇଥିଲା।

ଚୌହାନଙ୍କର ଉଭୟ ବ୍ୟାଟ୍‌ ଓ ବଲ୍‌ରେ ଯୋଗଦାନ ରହିଥିବା ବେଳେ ପଟେଲ ୧୧ ଉଇକେଟ ଅକ୍ତିଆର କରିଥିଲେ। ଆମେରିକା ବିପକ୍ଷରେ ସେ ଚମତ୍କାର ବୋଲିଂ କରି ମାତ୍ର ୧୬ ରନ ବିନିମୟରେ ୫ ଉଇକେଟ ଅକ୍ତିଆର କରିଥିଲେ।