ନୂଆଦିଲ୍ଲୀ,୨୮।୧୧: ଭାରତର ଉଦୀୟମାନ ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୫ରେ ସବୁଠାରୁ ଚର୍ଚ୍ଚିତ ଖେଳାଳି ଥିଲେ। ମାତ୍ର ୧୪ ବର୍ଷ ବୟସରେ, ସେ ଏପରି ପ୍ରଦର୍ଶନ କରିଥିଲେ ଯାହା କ୍ରିକେଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ତାଙ୍କର ଟି-୨୦ ରେକର୍ଡ ଜଣେ ବିସ୍ଫୋରକ ଅନ୍ତର୍ଜାତୀୟ ଖେଳାଳିଙ୍କ ତୁଳନାରେ କମ୍ ନୁହେଁ।
୪୬୬ରନ, ୪୪ଛକା, ୩୬ଚୌକା – ବୈଭବଙ୍କ ବିସ୍ଫୋରକ ରେକର୍ଡ ବୈଭବ ସୂର୍ଯ୍ୟବଂଶୀ କେବଳ ୧୧ ଟି -୨୦ମ୍ୟାଚ ଖେଳିଛନ୍ତି, କିନ୍ତୁ ଏହି ମ୍ୟାଚଗୁଡିକରେ ସେ ୨୧୧ ବଲରେ ୪୬୬ ରନ କରିଛନ୍ତି। ଏଥିରେ ୩୬ ଚୌକା ଏବଂ ୪୪ ଛକା ସାମିଲ। ୨୨୦.୮୫ର ଘାତକ ଷ୍ଟ୍ରାଇକ ରେଟ୍ରେ ବ୍ୟାଟିଂ କରିଛନ୍ତି। ଏହି ସଂଖ୍ୟାଗୁଡ଼ିକ ଦର୍ଶାଉଛି ଯେ ଯେତେବେଳେ ବି ବୈଭବ କ୍ରିଜରେ ଥାଆନ୍ତି, ମ୍ୟାଚ ଏକପାଖିଆ ହୋଇଯାଏ।
UAE ବିପକ୍ଷରେ ତାଙ୍କର ବିସ୍ଫୋରକ ଶତକ ମାତ୍ର ୩୨ ବଲରେ ଆସିଥିଲା। ଏହା ପରେ ସେ ୪୨ ବଲରୁ ୧୪୪ ରନ କରି ମ୍ୟାଚର ମୋଡ଼ ବଦଳାଇ ଦେଇଥିଲେ। ଏହି ଇନିଂସ ତାଙ୍କୁ ବିଶ୍ୱ କ୍ରିକେଟ ମାନଚିତ୍ରରେ ସ୍ଥାନ ଦେଇଥିଲା। ସେ ଟି-୨୦ ଫର୍ମାଟରେ ଦୁଇଟି ଶତକ ହାସଲ କରିଥିବା ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ହୋଇଥିଲେ। ଏହି ରେକର୍ଡ ପୂର୍ବରୁ ଫ୍ରାନ୍ସର ଗୁସ୍ତାଭ ମ୍ୟାକନଙ୍କ ନାମରେ ଥିଲା, ଯିଏ ୧୮ ବର୍ଷ ବୟସରେ ଏହି ସଫଳତା ହାସଲ କରିଥିଲେ। ବୈଭବ ମାତ୍ର ୧୪ ବର୍ଷ ୨୩୨ ଦିନରେ ଏହାକୁ ଭାଙ୍ଗିଥିଲେ।