ପୁଣି ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୨।୧୨: ଭାରତର କ୍ରିକେଟ୍‌ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ ସୟଦ ମୁସ୍ତାକ ଅଲି ଟ୍ରଫିରେ ଶତକ ହାସଲ କରିଛନ୍ତି। SMAT 2025ର କ୍ରମାଗତ ତିନୋଟି ମ୍ୟାଚରେ ବିଫଳ ହେବା ପରେ, ବୈଭବ ମହାରାଷ୍ଟ୍ର ବିପକ୍ଷରେ ଚତୁର୍ଥ ମ୍ୟାଚରେ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ସେ ଏକ ଛକା ସହିତ ମାତ୍ର ୫୮ ବଲ ରେ ତାଙ୍କର ଶତକ ପୂରଣ କରିଥିଲେ। ଏହି ଶତକ ସହିତ ବୈଭବ ୧୪ ବର୍ଷ ବୟସରେ ୩ଟି ଟି-୨୦ ଶତକ ମାରିବାରେ ବିଶ୍ୱର ପ୍ରଥମ ଟିନ୍‌ଏଜର୍‌(କୈଶୋର) ଖେଳାଳି ହୋଇଛନ୍ତି। ସେ କେବଳ ୧୬ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ବୈଭବ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ତାଙ୍କର ପ୍ରଥମ ଶତକ ହାସଲ କରିଥିଲେ। ଏହା ସହିତ, ବୈଭବ ତାଙ୍କ କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ଯୋଡିଥିଲେ। ମାତ୍ର ୧୪ ବର୍ଷ ୨୫୦ ଦିନ ବୟସରେ, ସେ SMAT ରେ ଶତକ ମାରିବାରେ ସବୁଠାରୁ କମ ବୟସ୍କ ବ୍ୟାଟସମ୍ୟାନ ମଧ୍ୟ ହୋଇଥିଲେ।

ମହାରାଷ୍ଟ୍ର ବିପକ୍ଷରେ, ବିହାର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ଉଇକେଟ ହରାଇ ୧୭୬ ରନ କରିଥିଲା। ବିହାରର ଉପ-ଅଧିନାୟକ ବୈଭବ ସୂର୍ଯ୍ୟବଂଶୀ ଏକା ଅପରାଜିତ ୧୦୮ ରନ କରିଥିଲେ। ସେ ୧୭୭ରୁ ଅଧିକ ଷ୍ଟ୍ରାଇକ ରେଟରେ ଖେଳି ମାତ୍ର ୬୧ ବଲରେ ଏହି ରନ ହାସଲ କରିଥିଲେ। ବୈଭବଙ୍କ ଇନିଂସରେ ୭ଟି ଛକା ଥିଲା, ସେ ମଧ୍ୟ ସମାନ ସଂଖ୍ୟକ ଚୌକା ମାରିଥିଲେ।
ବିହାର ପାଇଁ ବୈଭବ ସୂର୍ଯ୍ୟବଂଶୀ ଇନିଂସ ଆରମ୍ଭ କରିଥିଲେ। ସେ ତାଙ୍କ ପ୍ରାରମ୍ଭିକ ସାଥୀ ବିପିନ ସୌରଭଙ୍କ ସହ ଭଲ ପ୍ରଦର୍ଶନ କରି ନ ଥିଲେ। ପରେ ପୀୟୁଷଙ୍କ ସହ ତାଙ୍କର ଭାଗୀଦାରୀ ବିଶେଷ ଦୃଢ଼ ନ ଥିଲା। ତଥାପି, ବୈଭବ ତୃତୀୟ ଉଇକେଟ ପାଇଁ ଆକାଶ ରାଜଙ୍କ ସହିତ ଅର୍ଦ୍ଧଶତକୀୟ ଭାଗୀଦାରୀ କରିଥିଲେ।
ସୟଦ ମୁସ୍ତାକ ଅଲି ଟ୍ରଫିର ପ୍ରଥମ ତିନୋଟି ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ କେବଳ 32 ରନ କରିଥିଲେ। ତଥାପି, ଚତୁର୍ଥ ମ୍ୟାଚ୍ରେ, ସେ ମହାରାଷ୍ଟ୍ର ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରିଥିଲେ। ବଡ଼ କଥା ହେଉଛି ମହାରାଷ୍ଟ୍ର ବିପକ୍ଷରେ ମାରିଥିବା ଶତକ ହେଉଛି ସୟଦ ମୁସ୍ତାକ ଅଲୀ ଟ୍ରଫିରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଥମ ଶତକ।

 

Dharitri – Odisha’s No.1 Odia Daily