ଉତ୍ତରାଖଣ୍ଡରେ କାହା ମୁଣ୍ଡରେ ସୁନା କଳସ ? ମୁଖ୍ୟମନ୍ତ୍ରୀ ଦୌଡ଼ରେ ୭ ଜଣ…

ଡେରାଡୁନ୍‌,୨୧।୩ : ଉତ୍ତରାଖଣ୍ଡରେ କିଏ ହେବ ମୁଖ୍ୟମନ୍ତ୍ରୀ, ସେନେଇ ସସ୍‌ପେନ୍ସ ଜାରି ରହିଛି। ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ ଏହାକୁ ନେଇ ଚର୍ଚ୍ଚା ଜାର ରହିଛି। ସୋମବାର ଅନୁଷ୍ଠିତ ହେବାକୁ ଥିବା ଭାଜପା ବିଧାନସଭା ବିଧାୟକ ଦଳର ବୈଠକରେ ଏହା ନିଷ୍ପତ୍ତି ନିଆଯିବ। ଏହି ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବେ। ଏଥି ସହିତ ପ୍ରୋ ଟେମ ସ୍ପିକର ଏବଂ ନବ ନିବ୍ରାଚିତ ବିଧାୟକମାନେ ଆଜି ଶପଥ ଗ୍ରହଣ କରିବେ। ନୂଆ ମୁଖ୍ୟମନ୍ତ୍ରୀ ଦୌଡ଼ରେ ୭ ଜଣ ରହିଛନ୍ତି।

ମୁଖ୍ୟମନ୍ତ୍ରୀ ପାଇଁ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ସତ୍ୟପାଲ ମହାରାଜ, ଧନ ସିଂ ରାୱତ, ରିତୁ ଚାନ୍ଦୁରୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ, କେନ୍ଦ୍ର ମନ୍ତ୍ରୀ ଅଜୟ ଭଟ୍ଟ, ଏମ୍‌ପି ଅନୀଲ ବାଲୁନିଙ୍କ ନାମ ନେଇ ଚର୍ଚ୍ଚା ହେଉଛି।

ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ନିଶ୍ଚିତ ହେବା ପରେ ୨୩ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ ମନ୍ତ୍ରୀମାନେ ଶପଥ ଗ୍ରହଣ କରବାର କାର୍ଯ୍ୟକ୍ରମ ରହିଛି।

Share