ଦୀପାବଳିରେ ରାଜ୍ୟ ସରକାରଙ୍କ ଭେଟି, ୩% ବଢ଼ିଲା DA

ଡେରାଡୁନ,୧୯।୧୦: ଦୀପାବଳୀ ପୂର୍ବରୁ ଉତ୍ତରାଖଣ୍ଡ ସରକାର ରାଜ୍ୟର କର୍ମଚାରୀ ଓ ପେନସନଧାରୀଙ୍କୁ ବଡ଼ ଉପହାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ମହଙ୍ଗା ଭତ୍ତା (Dearness Allowance – DA)ରେ ୩ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ କରିଛନ୍ତି।
ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (CMO) ପକ୍ଷରୁ ଜାରି ବୟାନ ଅନୁଯାୟୀ, ଏହି ବୃଦ୍ଧି ରାଜ୍ୟ ସରକାରୀ କର୍ମଚାରୀ, ପେନସନଭୋଗୀ, ସ୍ଥାନୀୟ ନିକାୟର କର୍ମଚାରୀ ଏବଂ ସାର୍ବଜନିକ କ୍ଷେତ୍ରର ଉଦ୍ୟୋଗ (PSUs)ରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଲାଗୁ ହେବ।ଏହି ନିଷ୍ପତ୍ତି ଦୀପାବଳୀରୁ ଗୋଟିଏ ଦିନ ପୂର୍ବରୁ ଆସିଛି, ଯାହା ରାଜ୍ୟର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମଧ୍ୟରେ ଖୁସିର ଲହରୀ ସୃଷ୍ଟି କରିଛି।
ନୂଆ ହାର ଲାଗୁ ହେବା ପରେ କର୍ମଚାରୀଙ୍କ ଦରମା ଓ ପେନସନରେ ସିଧାସଳଖ ଲାଭ ମିଳିବ। ଏହାଦ୍ୱାରା ମହଙ୍ଗାମାଇର ବୃଦ୍ଧିଜନିତ ପ୍ରଭାବ କିଛି ମାତ୍ରାରେ ହ୍ରାସ ପାଇବ ଏବଂ କର୍ମଚାରୀମାନେ ଆର୍ଥିକ ସ୍ତରରେ ସାମାନ୍ୟ ଆରାମ ଅନୁଭବ କରିବେ।