ହୃଦୟ ଜିତୁଛି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସାଧାସିଧା ବ୍ୟକ୍ତିତ୍ୱ

ଡେରାଡୁନ,୨୬।୧୨: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ସାଧାରଣଜନତାଙ୍କ ମଧ୍ୟରେ ସେତେ ଲୋକପ୍ରିୟ ନୁହନ୍ତି। ହେଲେ ତାଙ୍କର ସାଧାସିଧା ଜୀବନଶୈଳୀ ତାଙ୍କୁ ସମସ୍ତଙ୍କ ସହ ଯୋଡ଼ିବାରେ ଲାଗିଛି। ମଙ୍ଗଳବାର ଟେହରୀ ହସ୍ତଶିଳ୍ପ ପ୍ରଦର୍ଶନୀରେ ସେଭଳି କିଛି ଦୃଶ୍ୟ ନଜର ଆସିଛି। ଏଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ଧାମୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଭିନ୍ନ ଢ଼ଙ୍ଗରେ ପ୍ରୋତ୍ସାହିତ କରିଛନ୍ତି। ପ୍ରଦର୍ଶୀତ ଉତ୍ପାଦ ଦେଖିବା ସାଙ୍ଗକୁ ମହିଳାଙ୍କ ଗହଣରେ ବସିଥିଲେ ସେ। ଏହାଛଡ଼ା ସେମାନଙ୍କ ସହ ବାର୍ତ୍ତାଳାପ କରି ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ‘ହାଉସ୍‌ ଅଫ୍‌ ହିମାଳୟ’ ନାମକ ବ୍ରାଣ୍ଡ ବିଷୟରେ କହି ସେମାନଙ୍କ ଉତ୍ସାହକୁ ବଢ଼ାଇଥିଲେ। ଏହାର ଅନେକ ଫଟୋ ଭାଇରାଲ ହେଉଛି।

Share
Tags: cmNational