ନୂଆଦିଲ୍ଲୀ,୨୯।୧: ଉତ୍ତରାଖଣ୍ଡର ଉଧମ ସିଂ ନଗର ଜିଲା ମୁଖ୍ୟାଳୟ ରୁଦ୍ରପୁରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କୁ ଚଳନ୍ତା କାରରେ ଲିଫ୍ଟ ଦେବା ଏବଂ ପରେ ଗଣବଳାତ୍କାର କରାଯିବା ଘଟଣା ସମଗ୍ର ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୀଡିତାଙ୍କ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍କୁ ପଠାଇ ଦେଇଛି।
ରୁଦ୍ରପୁରର ଟ୍ରାଞ୍ଜିଟ କ୍ୟାମ୍ପ ପୋଲିସ ଷ୍ଟେଶନ ଅଞ୍ଚଳରେ ଏହି ଘଟଣା ଘଟିଛି। ପୋଲିସକୁ ଦେଇଥିବା ଅଭିଯୋଗରେ ପୀଡିତା କହିଛନ୍ତି ଯେ ସେ କାମ କରିବାକୁ ଯିବା ପାଇଁ ରାସ୍ତା କଡ଼ରେ ଠିଆ ହୋଇଥିଲେ। ସେହି ସମୟରେ ଦୁଇଜଣ ଯୁବକ ଏକ କାର୍ରେ ଆସିଥିଲେ, ସେମାନେ ତାଙ୍କୁ ତାଙ୍କ କମ୍ପାନୀରେ ଛାଡିବାକୁ କହିଥିଲେ । ହେଲେ ଅଭିଯୁକ୍ତମାନେ ତାଙ୍କୁ କମ୍ପାନୀକୁ ନେବା ପରିବର୍ତ୍ତେ ତାଙ୍କୁ ଚଳନ୍ତା କାର୍ରେ ଗଣବଳାତ୍କାର କରିଥିଲେ। ଘଟଣା ପରେ, ସେମାନେ ତାଙ୍କୁ ସିଡକୁଲ ଅଞ୍ଚଳରେ ଛାଡି ପଳାଇ ଯାଇଥିଲେ। ପୀଡିତା ସାହସ ପ୍ରଦର୍ଶନ କରି ପୋଲିସ ସହିତ ଯୋଗାଯୋଗ କରି ଘଟଣା ବିଷୟରେ ଜଣାଇଥିଲେ। ପୀଡିତାଙ୍କ ଅଭିଯୋଗକୁ ଆଧାର କରି ଟ୍ରାଞ୍ଜିଟ କ୍ୟାମ୍ପ କୋତୱାଲି ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।