ପ୍ରବାସୀ ଶ୍ରମିକଙ୍କ ସନ୍ତାନଙ୍କୁ କର୍ମ ନିଯୁକ୍ତିର ସୁଯୋଗ ଦେଉଛି ଉତ୍କଳ ବାଳାଶ୍ରମ ଖଡିଆଳ

ଖଡ଼ିଆଳ,୬।୯(ସୁଜିତ କୁମାର ପ୍ରଧାନ ): ନୂଆପଡ଼ା ଜିଲା ଖଡିଆଳ ସ୍ଥିତ ଉତ୍କଳ ବାଳାଶ୍ରମ ଏକ ଅନୁଷ୍ଠାନ, ବାପା ମା ନ ଥିବା ସନ୍ତାନ ସହ ପ୍ରବାସୀ ଶ୍ରମିକଙ୍କ ସନ୍ତାନଙ୍କୁ ନେଇ ଶିକ୍ଷା ପ୍ରଦାନ କରିବାରେ ଏକ ମହତ୍‌ କାର୍ଯ୍ୟ ସମ୍ପାଦନ କରୁଅଛି। ଯାହାର କେହି ନାହାନ୍ତି ତାହାର ଉତ୍କଳ ବାଳାଶ୍ରମ ଉପଯୁକ୍ତ ପରିବେଶ ସୃଷ୍ଟି କରି ଶିକ୍ଷା ଦିକ୍ଷାରେ ଆଗକୁ ବଢିବାର ସୁଯୋଗ ଦେଇଥାଏ। ତେଣୁ ଏହି ବାଲାଶ୍ରମର ତିନି ଜଣ ପ୍ରବାସୀ ଶ୍ରମିକଙ୍କ ସନ୍ତାନ ତରୁଣୀ ନିଆଲ ଓ ଅଗରବତୀ ଭୋଇ ଏବଂ ବିଜୟନ୍ତି ମାଝୀ ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ଦକ୍ଷତା ବିକାଶ-ଓ-ନିଯୁକ୍ତି ନିର୍ଦ୍ଦେଶାଳୟ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ବିଭାଗ ତରଫରୁ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଖୋର୍ଦ୍ଧାରେ ଯୋଗଦାନ କରି ପ୍ରଶିକ୍ଷଣ ତାଲିମ ନେଉଛନ୍ତି। ଏହି ଶିଶୁମାନେ ଆଇଟିଆଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଥିବାରୁ ଉତ୍କଳ ବାଳାଶ୍ରମ ଖଡିଆଳର କର୍ମକର୍ତ୍ତା ଶିଶୁମାନଙ୍କ ନିକଟକୁ ଯାଇ ତାଙ୍କ ସଫଳତା ପାଇଁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ତାଙ୍କର ଭବିଷ୍ୟତ ଆଲୋକିତ ଓ ମଙ୍ଗଳମୟ ହେଉ ବୋଲି ଶୁଭ କାମନା ଜଣାଇଛନ୍ତି । ବାଳାଶ୍ରମ ସମ୍ପାଦିକା ଅର୍ଚ୍ଚନା ପାଢୀଙ୍କ ଉପଯୁକ୍ତ ମାର୍ଗଦର୍ଶନ ଦ୍ବାରା ଏହା ସମ୍ଭବ ହୋଇପାରିଛି। ତାଙ୍କ ସଫଳତା ଆଗାମୀ ଦିନରେ ଆତ୍ମ ନିର୍ଭରଶୀଳ ନାଗରିକ ହେବେ।

Share
Tags: odisha