ମଧ୍ୟପ୍ରାଚ୍ୟ ଅଭିମୁଖେ ୟୁଏସ୍‌ଏସ୍‌ ଟ୍ରିପୋଲି

ଓ୍ବାଶିଂଟନ,୨୧ା୩: ଆମେରିକା ନୌସେନା ଯୁଦ୍ଧଜାହାଜ ୟୁଏସ୍‌ଏସ୍‌ ଟ୍ରିପୋଲି ମଧ୍ୟପ୍ରାଚ୍ୟ ଅଭିମୁଖେ ଅଗ୍ରସର ହେଉଛି। ଏଥିରେ ୨,୨୦୦ ସୈନ୍ୟ ରହିଥିବାରୁ ଉକ୍ତ ଅଞ୍ଚଳରେ ଆମେରିକା ଅଧିକ ସେନା ନିୟୋଜିତ କରିବା ସଙ୍କେତ ମିଳିଛି। ଇରାନରେ ଆମେରିକା ସ୍ଥଳଯୁଦ୍ଧ କରିପାରେ ବୋଲି ମଧ୍ୟ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ସାଟେଲାଇଟ୍‌ ଚିତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୟୁଏସ୍‌ଏସ୍‌ ଟ୍ରିପୋଲି ସହ ୨ଟି ଏସ୍‌କର୍ଟ ଜାହାଜକୁ ମାର୍ଚ୍ଚ ୧୫ରେ ଦକ୍ଷିଣ ଚାଇନା ସାଗରର ଦକ୍ଷିଣପଶ୍ଚିମ ଭାଗରେ ଗତି କରୁଥିବା ଦେଖିବାକୁ ମିଳିଥିଲା। ପରଦିନ ଏହାକୁ ସିଙ୍ଗାପୁର ନିକଟରେ ଠାବ କରାଯାଇଥିଲା। ଏବେ ଏହା ଦକ୍ଷିଣ ଭାରତ ମହାସାଗରରେ ଯାତ୍ରା କରୁଛି। ଜାପାନର ଓକିନାଓ୍ବାରେ ଥିବା ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ବାହିନୀ ୩୧ତମ ମେରାଇନ ଏକ୍ସପେଡିଶନାରି ୟୁନିଟ୍‌ରୁ ୩ ବାହିନୀର ସୈନ୍ୟ ଟ୍ରିପୋଲିରେ ଆସିଥିବାରୁ ଆକ୍ରମଣ ଜୋର୍‌ଦାର ହେବା ଆଶଙ୍କା କରାଯାଉଛି।

Dharitri – Odisha’s No.1 Odia Daily

Share