ଭଞ୍ଜନଗର,୨୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଲୋକଙ୍କ ହଜି ଯାଇଥିବା ୩୦ଟି ମୋବାଇଲ ଉଦ୍ଧାର କରି ସେମାନଙ୍କୁ ହସ୍ତାନ୍ତର କରିଛି। ଏନେଇ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏଏସ୍ପି ରଞ୍ଜନ କୁମାର ଦେ ହଜି ଯାଇଥିବା ଫୋନ୍ଗୁଡିକୁ ସେମାନଙ୍କୁ ହସ୍ତାନ୍ତର କରିଥିଲେ। ଏହି ସମୟରେ ଏସ୍ଡିପିଓ ଡ. ଦୀପକ କୁମାର ମିଶ୍ର, ଥାନା ଅଧିକାରୀ ଜୀବନାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଭଞ୍ଜନଗର ଥାନା ଅଞ୍ଚଳରେ ବିଗତ କିଛି ଦିନ ମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୋବାଇଲ ବିଭିନ୍ନ ସ୍ଥାନରେ ହଜି ଯାଇଥିଲା। ଏନେଇ ପୋଲିସ ମିସିଙ୍ଗ୍ ମାମଲା ରୁଜୁ କରି
ମୋବାଇଲଗୁଡିକୁ ଖୋଜିବା ପାଇଁ ୩ଟି ଟିମ୍ ଗଠନ କରିଥିଲା। ଆଜି ମୋବାଇଲଗୁଡ଼ିକୁ ଉଦ୍ଧାର କରି ସେମାନଙ୍କୁ ହସ୍ତାନ୍ତର କରିଛି।