Categories: Home Leftଖେଳ

ବିଶ୍ୱକପ କ୍ୱାଲିଫାୟର ମ୍ୟାଚ ମଧ୍ୟରେ ଏହି ଦ୍ରୁତ ବୋଲରଙ୍କ ଉପରେ ବ୍ୟାନ ଲଗାଇଲା ଆଇସିସି

ଜିମ୍ବାୱେ,୨୩।୬: ଜିମ୍ବାୱେରେ ଚାଲିଥିବା ଆଇସିସି ଦିନିକିଆ ବିଶ୍ୱ କ୍ୱାଲିଫାୟର ମ୍ୟାଚ ମଧ୍ୟରେ ଆଇସିସି ଆମେରିକୀୟ ଖେଳାଳି କାଇଲ ଫିଲିପଙ୍କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ୨୬ ବର୍ଷୀୟ ଦ୍ରୁତ ବୋଲର କାଇଲଙ୍କୁ ତାଙ୍କ ବୋଲିଂ କାର୍ଯ୍ୟ ବେଆଇନ ବୋଲି ଜଣାପଡିବା ପରେ ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରିବା ଉପରେ ବ୍ୟାନଲଗାଯାଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ୯.୫ ଓଭରରେ ୫୬ ରନ ଦେଇଥିବା ବେଳେ କାଇଲ ୩ ଉଇକେଟ୍‌ ନେଇଥିଲେ।

କାଇଲ ଦିଲ୍ଲୀପ ତ୍ରିନିଦାଦରେ ଜନ୍ମଗ୍ରହଣ କରିଥିଲେ। ଏହା ପରେ ସେ ଆମେରିକା ଯାଇ ସେଠାରୁ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ କାଇଲ କାଇଲ ମାୟର୍ସ, ଜେସନ ହୋଲ୍ଡର ଏବଂ ଅଲଜାରୀ ଜୋସେଫଙ୍କ ଉଇକେଟ୍‌ ନେଇଥିଲେ। ଏହି ମ୍ୟାଚ ପରେ ଆଇସିସି ଇଭେଣ୍ଟ ପ୍ୟାନେଲରେ କାଇଲଙ୍କ ସନ୍ଦେହଜନକ ବୋଲିଂ କାର୍ଯ୍ୟ ସମ୍ପର୍କରେ ମ୍ୟାଚ ଅଧିକାରୀମାନେ ଅଭିଯୋଗ କରିଛନ୍ତି।

ଆଇସିସି ଇଭେଣ୍ଟ ପ୍ୟାନେଲ କାଇଲ ଫିଲିପଙ୍କ ବୋଲିଂ କାର୍ଯ୍ୟକୁ ଯାଞ୍ଚ କରିବା ପରେ ବେଆଇନ ବୋଲି ଜଣାପଡିଛି। ଏହା ପରେ ଆଇସିସି ଧାରା ୬.୭ ନିୟମ ଅନୁଯାୟୀ ତୁରନ୍ତ ପ୍ରଭାବରେ ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରିବାକୁ ରୋକ ଲଗାଯାଇଛି। ବର୍ତ୍ତମାନ କାଇଲଙ୍କୁ ତାଙ୍କ କାର୍ଯ୍ୟରେ ଉନ୍ନତି ଆଣିବାକୁ ପଡିବ। ଏହା ପରେ, ଆଇସିସି ତାଙ୍କ କାର୍ଯ୍ୟର ଯାଞ୍ଚ କରି ସଠିକ୍‌ ପାଇଲେ କାଇଲଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରିବାକୁ ଅନୁମତି ଦିଆଯିବ।

Share