Denver Police Department investigators work the scene of a mass shooting along Market Street between 20th and 21st avenues during a celebration after the Denver Nuggets won the team's first NBA Championship early Tuesday, June 13, 2023, in Denver. (AP Photo/David Zalubowski)
ଓ୍ବାଶିଂଟନ୍,୧୩।୬: ଆମେରିକାର ଡେନଭରରେ ମଙ୍ଗଳବାର ଗୁଳିକାଣ୍ଡ ଘଟିଛି। ଗୁଳିକାଣ୍ଡରେ ୧୦ଜଣ ଆହତ ହୋଇଥିବା ପୋଲିସ କହିଛି। ଏଥି ମଧ୍ୟରୁ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି।
ଏକ ବାସ୍କେଟ୍ବଲ୍ ମ୍ୟାଚ୍ରେ ଡେନଭର ନଗେଟ୍ସ ମ୍ୟାଚ୍ ଜିତିବାରୁ ପ୍ରଶଂସକମାନେ ଉତ୍ସାହିତ ହୋଇ ରାସ୍ତାରେ ବିଜୟ ଉତ୍ସବ ପାଳନ କରୁଥିଲେ। ହଠାତ୍ ରାତି ୧୨ଟା ୩୦ରେ ଗୁଳିକାଣ୍ଡ ଘଟିଥିଲା। ଏହି ଗୁଳିକାଣ୍ଡ ପଡିଆରୁ ୧.୬ମାଇଲ୍ ଦୂରରେ ଘଟିଥିଲା।
ଡେନଭର ପୋଲିସ ବିଭାଗ ଟ୍ବିଟ୍ କରି କହିଛି, ଏହି ଗୁଳିକାଣ୍ଡରେ ୩ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ଅନ୍ୟମାନଙ୍କୁ ମରଣାନ୍ତକ ଆଘାତ ଲାଗିଛି। ଗୁଳିକାଣ୍ଡରେ ଗିରଫ ହୋଇଥିବା ସନ୍ଦିଗ୍ଧଙ୍କୁ ମଧ୍ୟ ଗୁଳି ବାଜିଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି।