ଆମେରିକା ଫେରନ୍ତା ଦମ୍ପତିଙ୍କୁ ହତ୍ୟା: ୫ କୋଟି ଲୁଟିଲେ ଚାକର

ଚେନ୍ନାଇ,୯।୫: ଚେନ୍ନାଇର ଏକ ଦମ୍ପତିଙ୍କୁ ହତ୍ୟା ପରେ ୫ କୋଟି ଟଙ୍କାର ସମ୍ପତ୍ତି ଲୁଟ୍‌ ଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଥିରୁ ସମ୍ପୃକ୍ତ ଦୁଇଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି। ଘରେ କାମ କରୁଥିବା ଚାକର ଏହି ଜଘନ୍ୟ କାଣ୍ଡ ଭିଆଇଥିବା ପୋଲିସ କହିଛି। ଶ୍ରୀକାନ୍ତ (୬୦) ଏବଂ ସ୍ତ୍ରୀ ଅନୁରାଧା (୫୫) ଶନିବାର ଆମେରିକାରୁ ଫେରିଥିଲେ। ଶ୍ରୀକାନ୍ତ ଜଣେ ଅବସରପ୍ରାପ୍ତ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। ଶ୍ରୀକାନ୍ତ ଓ ଅନୁରାଧାଙ୍କୁ ବୀଭତ୍ସ ଭାବେ ହତ୍ୟା କରିବା ପରେ ସେମାନଙ୍କ ମୃତଦେହକୁ ଫାର୍ମ ହାଉସ୍‌ରେ ପୋତିଥିଲେ ଅଭିଯୁକ୍ତ। ଘଟଣାରେ ସମ୍ପୃକ୍ତ ଚାକର କ୍ରିଷ୍ଣନ୍‌ ନେପାଳର ହୋଇଥିବାବେଳେ ଅନ୍ୟ ସହଯୋଗୀ ରବି ଆନ୍ଧ୍ରପ୍ରଦେଶ ବାସିନ୍ଦା ଥିଲେ।

ତେବେ କ୍ରିଷ୍ଣନ୍‌ ଓ ରବି ନେପାଳ ଫେରର୍‌ ହେବାକୁ ଥିବାବେଳେ ପୋଲିସ ସେମାନଙ୍କୁ ଆନ୍ଧ୍ରପ୍ରଦେଶର ଓଙ୍ଗୋଲରୁ ଗିରଫ କରିବାରେ ସଫଳ ହୋଇଥିଲା। ଶ୍ରୀକାନ୍ତ ସ ଅନୁରାଧାଙ୍କ ଫୋନ୍‌ ସୁଇଚ୍‌ଅଫ୍‌ ଆସିବା ପରେ ଆମେରିକାରେ ରହୁଥିବା ତାଙ୍କ ଝିଅ ସମ୍ପର୍କୀୟଙ୍କୁ ମା, ବାପାଙ୍କ ବିଷୟରେ ପଚାରି ବୁଝିଥିଲେ। କିନ୍ତୁ ସେମାନଙ୍କଠାରୁ କୌଣସି ସୂଚନା ନ ମିଳିବା ପରେ ସେ ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ଚେନ୍ନାଇ ପୋଲିସ କ୍ରିଷ୍ଣନ୍‌ଙ୍କ ଫୋନ୍‌କୁ ଟ୍ରାକ୍‌ କରି ତାଙ୍କୁ ଧରିବାରେ ସଫଳ ହୋଇଥିବା ଉଚ୍ଚପଦସ୍ଥ ଅଧିକାରୀ ଡା. କାନନ କହିଛନ୍ତି।