ଟାରିଫ୍‌ ଉପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା, କୋର୍ଟ ଦେଲେ ବଡ଼ ଚ୍ୟାଲେଞ୍ଜ

ଓ୍‌ବାଶିଂଟନ,୩୦।୮: ଶନିବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋର୍ଟର ନିଷ୍ପତ୍ତିକୁ କଡ଼ା ବିରୋଧ କରିଛନ୍ତି। ଯାହା ତାଙ୍କର ଅଧିକାଂଶ ଟାରିଫ୍‌ ନୀତିକୁ ଅବୈଧ ଘୋଷଣା କରାଯାଇଛି। ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଟାରିଫ୍‌ ନୀତି ଅକ୍ଷୁର୍ଣ୍ଣ ରହିଛି ଏବଂ ସେ ଏହି ମାମଲାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ।

ଟ୍ରମ୍ପ ସୋସିଆଲ ମିଡିଆରେ ଲେଖିଛନ୍ତି, ସମସ୍ତ ଟାରିଫ୍‌ ଏବେ ବି ବଳବତ୍ତର ଅଛି! ଏକ ପକ୍ଷପାତୀ କୋର୍ଟ ଭୁଲ ଭାବରେ କହିଛନ୍ତି ଯେ ଆମର ଟାରିଫ୍‌ ହଟାଇବା ଉଚିତ, କିନ୍ତୁ ଶେଷରେ ଆମେରିକା ଜିତିବ। ସେ ଚେତାବନୀ ଦେଇଛନ୍ତି ଯେ ଯଦି ଟାରିଫ୍‌ ହଟାଇ ଦିଆଯାଏ, ତେବେ ଏହା ଦେଶ ପାଇଁ ଏକ “ସମ୍ପୂର୍ଣ୍ଣ ବିପର୍ଯ୍ୟୟ” ହେବ, ଯାହା ଆମେରିକାକୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିବ।

ଟ୍ରମ୍ପ କହିଛନ୍ତି, ଆମେରିକା ଆଉ ବିଶାଳ ବାଣିଜ୍ୟ ନିଅଣ୍ଟ ଏବଂ ଅନ୍ୟ ଦେଶର ଅନୁଚିତ ନୀତିକୁ ସହ୍ୟ କରିବ ନାହିଁ। ସେ କହିଛନ୍ତି, ’ଶ୍ରମ ଦିବସ ସପ୍ତାହାନ୍ତରେ, ଆମକୁ ମନେ ରଖିବା ଉଚିତ ଯେ ‘ମେଡ ଇନ ଆମେରିକା’ ଉତ୍ପାଦ ତିଆରି କରୁଥିବା ଆମର ଶ୍ରମିକ ଏବଂ କମ୍ପାନୀଗୁଡ଼ିକ ପାଇଁ ଟାରିଫ୍‌ ହେଉଛି ସବୁଠାରୁ ବଡ଼ ଅସ୍ତ୍ର। ସୁପ୍ରିମକୋର୍ଟଙ୍କ ସହାୟତାରେ, ଆମେ ସେଗୁଡ଼ିକୁ ଦେଶର ସ୍ବାର୍ଥରେ ବ୍ୟବହାର କରିବୁ ଏବଂ ଆମେରିକାକୁ ପୁଣି ଥରେ ଶକ୍ତିଶାଳୀ କରିବୁ।

Share
Tags: donald trump