ଓ୍ବାଶିଂଟନ୍,୯।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଇସ୍ରାଏଲ ଏବଂ ହମାସ ଆମେରିକା ଦ୍ୱାରା ମଧ୍ୟସ୍ଥତା କରାଯାଇଥିବା ଏକ ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ସହମତ ହୋଇଛନ୍ତି। ଏହି ଚୁକ୍ତି ଗାଜାରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶତ୍ରୁତା ବନ୍ଦ ହେବା ଫଳରେ ବନ୍ଦୀମାନଙ୍କୁ ମୁକ୍ତ କରାଯିବ। ହମାସ ଗୁରୁବାର (ଅକ୍ଟୋବର ୯) ଇଜିପ୍ଟରେ ସ୍ବାକ୍ଷରିତ ଏହି ଚୁକ୍ତିନାମାକୁ ଅନୁମୋଦନ କରିଛି।
ରାଷ୍ଟ୍ରପତି ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥଆଉଟରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି, “ମୁଁ ଘୋଷଣା କରି ବହୁତ ଗର୍ବ ଅନୁଭବ ହେଉଛି ଯେ ଇସ୍ରାଏଲ ଏବଂ ହମାସ ଉଭୟ ଆମର ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ସହମତ ହୋଇଛନ୍ତି। ଏହାର ଅର୍ଥ ହେଉଛି ସମସ୍ତ ବନ୍ଧକଙ୍କୁ ବହୁତ ଶୀଘ୍ର ମୁକ୍ତ କରାଯିବ, ଏବଂ ଇସ୍ରାଏଲୀ ସେନା ଏକ ନିର୍ଦ୍ଦିଷ୍ଟ ସୀମାକୁ ପ୍ରତ୍ୟାହାର କରିବେ। ଏହା ସ୍ଥାୟୀ ଶାନ୍ତି ଦିଗରେ ପ୍ରଥମ ପଦକ୍ଷେପ।
ସେ କହିଛନ୍ତି, ସମସ୍ତ ପକ୍ଷଙ୍କ ସହିତ ନ୍ୟାୟପୂର୍ଣ୍ଣ ବ୍ୟବହାର କରାଯିବ। ଏହା ଆରବ ଏବଂ ମୁସଲିମ ବିଶ୍ୱ, ଇସ୍ରାଏଲ, ସମସ୍ତ ପଡ଼ୋଶୀ ଦେଶ ଏବଂ ଆମେରିକା ପାଇଁ ଏକ ବଡ଼ ଦିନ। ଆମେ କାତାର, ମିଶର ଏବଂ ତୁର୍କୀର ମଧ୍ୟସ୍ଥିମାନଙ୍କୁ ଧନ୍ୟବାଦ ଦେଉଛୁ ଯେଉଁମାନେ ଏହି ଐତିହାସିକ ସଫଳତାକୁ ସମ୍ଭବ କରିବାରେ ଆମକୁ ସାହାଯ୍ୟ କରିଛନ୍ତି।
Dharitri – The Most Trusted Odia Daily of Odisha