050817-N-3488C-028 Pacific Ocean (Aug. 17, 2005) - An F/A-18C Hornet, assigned to the "Golden Dragons" of Strike Fighter Squadron One Nine Two (VFA-192), launches from the flight deck of the conventionally powered aircraft carrier USS Kitty Hawk (CV 63). Kitty Hawk and embarked Carrier Air Wing Five (CVW-5) are currently returning to their homeport after a scheduled deployment in the 7th Fleet area of responsibility. U.S. Navy photo by Photographer's Mate 3rd Class Jonathan Chandler (RELEASED)
ୱାଶିଂଟନ୍,୨୭।୧୦: ଆମେରିକା ନୌସେନାର ବିମାନବାହୀ ଜାହାଜ ୟୁଏସ୍ଏସ୍ ନିମିଟ୍ଜ୍ରୁ ଉଡ଼ାଣ କରିଥିବା ଏଫ୍/ଏ-୧୮ଏଫ୍ ସୁପର୍ ହର୍ନେଟ୍ ଯୁଦ୍ଧବିମାନ ଓ ଏମ୍ଏଚ୍-୬୦ଆର୍ ସୀ ହକ୍ ହେଲିକପ୍ଟର ରବିବାର ଦକ୍ଷିଣ ଚାଇନା ସାଗରରେ ୩୦ ମିନିଟ୍ ଅନ୍ତରରେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ହେଲିକପ୍ଟରର ତିନି କ୍ରୁ ସଦସ୍ୟ ଓ ଯୁଦ୍ଧବିମାନର ଦୁଇ ପାଇଲଟ୍ ନିରାପଦରେ ଉଦ୍ଧାର ହୋଇଥିବା ବେଳେ ସମସ୍ତେ ସୁସ୍ଥ ଅଛନ୍ତି ବୋଲି ପ୍ୟାସିଫିକ୍ ଫ୍ଲିଟ୍ ବିବୃତି ଦେଇଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୋକିଓ ଯାତ୍ରା ବେଳେ କହିଛନ୍ତି, ‘‘ଖରାପ ଇନ୍ଧନ ଯୋଗୁଁ ଏହି ଦୁର୍ଘଟଣା ହୋଇପାରେ। ଲୁଚାଇବାକୁ କିଛି ନାହିଁ।’’ ମଧ୍ୟପ୍ରାଚ୍ୟରୁ ଫେରୁଥିବା ନିମିଟ୍ଜ୍ ଡିକମିଶନ୍ ହେବା ପୂର୍ବର ଶେଷ ଡେପ୍ଲୟମେଣ୍ଟ୍ରେ ଅଛି।
ଏହା ପୂର୍ବରୁ ୟୁଏସ୍ଏସ୍ ହ୍ୟାରି ଏସ୍ ଟ୍ରୁମ୍ୟାନ୍ରେ ଡିସେମ୍ବରରେ ଭୁଲ୍ରେ ଗୁଳି ଲାଗି ଏଫ୍/ଏ-୧୮ ବିମାନ ଧ୍ୱଂସ, ଏପ୍ରିଲରେ ହ୍ୟାଙ୍ଗର୍ ଡେକ୍ରୁ ଖସି ଲାଲସାଗରରେ ପଡ଼ିଥିଲା ଓ ମେ’ରେ ଲ୍ୟାଣ୍ଡିଂ ବେଳେ ଆରେଷ୍ଟିଂ କେବୁଲ୍ ଧରିନପାରି ସମୁଦ୍ରରେ ପଡ଼ିଥିଲା। କୌଣସି ମୃତାହତ ହୋଇନଥିବା ବେଳେ ତଦନ୍ତ ରିପୋର୍ଟ ଆସିନାହିଁ।