୧ ଲକ୍ଷ ଲୋକଙ୍କ ସ୍ବପ୍ନକୁ ଚୂରମାର କରିଦେଲେ ଟ୍ରମ୍ପ: ଦେଲେ ବଡ଼ ଝଟକା, ଭାରତୀୟଙ୍କ ଉପରେ କି ପ୍ରଭାବ ପଡିବ, ଜାଣନ୍ତୁ…

ଓ୍ବାଶିଂଟନ୍‌,୧୩।୧: ଆମେରିକାରେ ଅପରାଧିକ କାର୍ଯ୍ୟକଳାପ ପାଇଁ ଆଇନ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୮,୦୦୦ ଛାତ୍ର ଭିଜା ସମେତ ୧୦୦,୦୦୦ରୁ ଅଧିକ ଭିଜା ରଦ୍ଦ କରିଛନ୍ତି। ଆମେରିକାର ବୈଦେଶିକ ବିଭାଗ ସୋମବାର ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛି, “ଆମେ ଆମେରିକାକୁ ସୁରକ୍ଷିତ କରିବା ପାଇଁ ଏହି ଆଇନ ଉଲ୍ଲଂଘନ କରୁଥିବା ଲୋକଙ୍କୁ ପ୍ରତ୍ୟର୍ପଣ କରିବା ଜାରି ରଖିବୁ।” ପୋଷ୍ଟରେ କୁହାଯାଇଛି, “ବିଦେଶ ବିଭାଗ ୮,୦୦୦ ଛାତ୍ର ଭିଜା ଏବଂ ୨୫୦୦ ସ୍ବତନ୍ତ୍ର ଭିଜା ସମେତ ୧୦୦,୦୦୦ ଭିଜା ବାତିଲ କରିଛି, ଯାହା ଆମେରିକାରେ ଅପରାଧିକ କାର୍ଯ୍ୟକଳାପ ପାଇଁ ଆଇନ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

ବୈଦେଶିକ ବିଭାଗର ଉପ ମୁଖପାତ୍ର ଟମି ପିଗଟ କହିଛନ୍ତି ଯେ ଗୋଟିଏ ବର୍ଷରୁ କମ ସମୟ ମଧ୍ୟରେ ଟ୍ରମ୍ପ ପ୍ରଶାସନ ୧୦୦,୦୦୦ ରୁ ଅଧିକ ଭଜା ବାତିଲ କରିଛି। ସେ କହିଛନ୍ତି, “ଏଥିରେ ଆକ୍ରମଣ, ଚୋରି ଏବଂ ମଦ୍ୟପାନ କରି ଗାଡି ଚାଳନା ଭଳି ଅପରାଧରେ ଅଭିଯୁକ୍ତ କିମ୍ବା ଦୋଷୀ ସାବ୍ୟସ୍ତ ହୋଇଥିବା ହଜାର ହଜାର ବିଦେଶୀ ନାଗରିକଙ୍କ ଭିଜା ଅନ୍ତର୍ଭୁକ୍ତ।” ରିପୋର୍ଟ ଅନୁଯାୟୀ, ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ କାର୍ଯ୍ୟକାଳର ଶେଷ ବର୍ଷ ୨୦୨୪ରେ ୪୦,୦୦୦ ଭିଜା ରଦ୍ଦ କରାଯାଇଥିଲା, ଯେତେବେଳେ ୨୦୨୫ରେ ଦୁଇଗୁଣରୁ ଅଧିକ ଭିଜା ରଦ୍ଦ କରାଯାଇଥିଲା। ରିପୋର୍ଟରେ କୁହାଯାଇଛି ଯେ ୨୦୨୫ରେ ଯେଉଁମାନଙ୍କର ଭିଜା ରଦ୍ଦ କରାଯାଇଥିଲା ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟବସାୟୀ ଏବଂ ପର୍ଯ୍ୟଟକ ଥିଲେ ଯେଉଁମାନେ ସେମାନଙ୍କର ଭଜା ଅଧିକ ସମୟ ଧରି ରହିଥିଲେ।

ଆମେରିକା ସରକାରଙ୍କ ନୂତନ ଭିଜା ନିୟମାବଳୀ ଦ୍ୱାରା ଭାରତ ବିଶେଷ ଭାବରେ ପ୍ରଭାବିତ ହୋଇଛି। ଡିସେମ୍ବର ୨୦୨୫ଠାରୁ, ଆମେରିକାର ବୈଦେଶିକ ବିଭାଗ ସୋସିଆଲ ମିଡିଆ କାର୍ଯ୍ୟକଳାପ ଯାଞ୍ଚ କରିବା ସହିତ H-1B ଏବଂ H-4 ଭିଜା ଆବେଦନକାରୀଙ୍କ ଯାଞ୍ଚ ଆରମ୍ଭ କରିଛି। ତଥାପି, ଭାରତୀୟଙ୍କ ପାଇଁ ଭିଜା ସାକ୍ଷାତକାର ସ୍ଥଗିତ ରଖାଯାଇଛି, ଯାହା ଫଳରେ ଅନେକ ଆବେଦନକାରୀଙ୍କୁ ଭଜା ଷ୍ଟାମ୍ପିଂ ପାଇଁ ମାସ ମାସ ଅପେକ୍ଷା କରିବାକୁ ପଡିଛି। ଟ୍ରମ୍ପ ପ୍ରଶାସନ ଆଇନଗତ ଏବଂ ଅବୈଧ ପ୍ରବାସୀ ଉଭୟଙ୍କ ଯାଞ୍ଚକୁ ତୀବ୍ର କରିଛି ଏବଂ ଶ୍ରମିକ ଏବଂ ଛାତ୍ର ଉଭୟଙ୍କ ପାଇଁ ଭିଜା ନିୟମକୁ କଡ଼ାକଡ଼ି କରିଛି।

Dharitri – The Largest & Most Trusted Odia Daily