ଆମେରିକୀୟ ପ୍ରତିରକ୍ଷା ବ୍ୟବସ୍ଥା ଫେଲ୍‌: ଇରାନୀ ଡ୍ରୋନ୍‌ ମାଡ଼ରେ ୭ ଦେଶ ଥରହର, କାଳ ସାଜିଛି ‘ଶାହେଦ-୧୩୬’

ୱାଶିଂଟନ/ତେହେରାନ,୧୫।୩: ଇରାନର ଡ୍ରୋନ ଆକ୍ରମଣ ଏବେ ଆମେରିକା ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଅତ୍ୟାଧୁନିକ ଆମେରିକୀୟ ପ୍ରତିରକ୍ଷା ବ୍ୟବସ୍ଥା (Defense System) କୁ ଚକମା ଦେଇ ଇରାନର କ୍ଷୁଦ୍ର ଡ୍ରୋନ୍‌ଗୁଡ଼ିକ ଅତି ସଠିକ ଭାବେ ନିଜର ଲକ୍ଷ୍ୟଭେଦ କରୁଥିବା ସାମ୍ନାକୁ ଆସିଛି। ସାଟେଲାଇଟ୍‌ ଚିତ୍ର ଏବଂ ଭିଡିଓ ଆଧାରରେ କରାଯାଇଥିବା ଏକ ଆନ୍ତର୍ଜାତୀୟ ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ଇରାନର ଏହି ଆକ୍ରମଣ ବିଭିନ୍ନ ଦେଶରେ ଥିବା ଆମେରିକୀୟ ସୈନ୍ୟ ଘାଟି ଏବଂ ଆଞ୍ଚଳିକ ସୁରକ୍ଷା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଏନ୍‌ବିସି ନ୍ୟୁଜ (NBC News)ର ଏକ ରିପୋର୍ଟ ଅନୁଯାୟୀ, ଇରାନ ଦ୍ୱାରା କରାଯାଇଥିବା ୨୬ଟି ଆକ୍ରମଣ ମଧ୍ୟରୁ ୨୧ଟି କ୍ଷେତ୍ରରେ ଡ୍ରୋନ୍ଗୁଡ଼ିକ ନିଜର ନିର୍ଦ୍ଧାରିତ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସଫଳ ହୋଇଛନ୍ତି। ଏହି ଆକ୍ରମଣଗୁଡ଼ିକ ମୁଖ୍ୟତଃ ପରିବହନ କେନ୍ଦ୍ର, କୂଟନୈତିକ ପ୍ରତିଷ୍ଠାନ, ଶକ୍ତି ଭିତ୍ତିଭୂମି ଏବଂ ସାମରିକ ଘାଟି ପରି ରଣନୈତିକ ସ୍ଥାନଗୁଡ଼ିକୁ ଟାର୍ଗେଟ କରିଥିଲା। ଅଧ୍ୟୟନରୁ ଜଣାପଡ଼ିଛି ଯେ, ପ୍ରାୟ ୭ଟି ଦେଶରେ ଇରାନର ଏହି ଡ୍ରୋନ ମାଡ଼ର ପ୍ରଭାବ ଦେଖିବାକୁ ମିଳିଛି।

କାହିଁକି ଏତେ ଭୟଙ୍କର ’ଶାହେଦ-୧୩୬’ (Shahed-୧୩୬)?

  1. ରିପୋର୍ଟ ଅନୁଯାୟୀ, ଇରାନ ଏହି ଆକ୍ରମଣ ପାଇଁ ମୁଖ୍ୟତଃ ’ଶାହେଦ-୧୩୬’** ନାମକ ଡ୍ରୋନ ବ୍ୟବହାର କରୁଛି। ଏହାର କିଛି ବିଶେଷତ୍ୱ ହେଉଛି:
  2. ଦୂରତା: ଏହି ମାନବବିହୀନ ବିମାନ ପ୍ରାୟ ୧,୨୦୦ ମାଇଲ ପର୍ଯ୍ୟନ୍ତ ଉଡ଼ାଣ ଭରିପାରେ।
    ଓଜନ: ଏହା ନିଜ ସହ ପ୍ରାୟ ୧୧୦ ପାଉଣ୍ଡ ଓଜନର ବିସ୍ଫୋରକ ବହନ କରିବାର କ୍ଷମତା ରଖିଛି।
  3. କାର୍ଯ୍ୟଶୈଳୀ: ଏହାକୁ ପୂର୍ବରୁ ନିର୍ଦ୍ଧାରିତ କୋର୍ଡିନେଟ୍ସ (Coordinates) ଉପରେ ଆକ୍ରମଣ କରିବା ପାଇଁ ପ୍ରୋଗ୍ରାମ କରାଯାଇଥାଏ, ତେଣୁ ଏଥିପାଇଁ ପାଇଲଟ୍‌ର ଆବଶ୍ୟକତା ପଡ଼େ ନାହିଁ।
  4. ଅସମମିତ ଯୁଦ୍ଧ (Asymmetric Warfare): ବିଶେଷଜ୍ଞଙ୍କ ମତରେ, କମ ଖର୍ଚ୍ଚରେ ନିର୍ମିତ ଏହି ଡ୍ରୋନ ବଡ଼ ବଡ଼ ସାମରିକ ଭିତ୍ତିଭୂମିକୁ ଧ୍ୱଂସ କରିବାରେ ସକ୍ଷମ, ଯାହା ଆଧୁନିକ ଯୁଦ୍ଧ କୌଶଳର ଏକ ବଡ଼ ପ୍ରତୀକ।

ଆମେରିକୀୟ ଘାଟିରେ ବ୍ୟାପକ କ୍ଷୟକ୍ଷତିର ଦାବି:

ଇରାନ ନୌସେନା ଦାବି କରିଛି ଯେ, ସେମାନେ ଆମେରିକାର ଅଲ ଧଫ୍ରା, ଶେଖ ଇସା ଏବଂ ଅଲ-ଉଦିଦ ପରି ଗୁରୁତ୍ୱପୂର୍ଣ୍ଣ ସୈନ୍ୟ ଘାଟିକୁ ସଫଳତାର ସହ ଟାର୍ଗେଟ କରିଛନ୍ତି।
ଅଲ ଧଫ୍ରା ବେସ: ଏଠାରେ ଆମେରିକାର ପାଟ୍ରିଅଟ ରାଡାର ସିଷ୍ଟମ (Patriot Radar), କଣ୍ଟ୍ରୋଲ ଟାୱାର ଏବଂ ଏୟାର ଡିଫେନ୍ସ ହ୍ୟାଙ୍ଗରକୁ ’କାମିକାଜେ’ ଡ୍ରୋନ ଏବଂ ବାଲିଷ୍ଟିକ ମିସାଇଲ ମାଧ୍ୟମରେ ନଷ୍ଟ କରାଯାଇଥିବା କୁହାଯାଇଛି।
ଶେଖ ଇସା ବେସ:ଏଠାରେ ଆଗୁଆ ସୂଚନା ଦେଉଥିବା ରଡାର, ବିମାନ ହ୍ୟାଙ୍ଗର ଏବଂ ଇନ୍ଧନ ଡିପୋକୁ ବ୍ୟାପକ କ୍ଷତି ପହଞ୍ଚିଥିବା ଦାବି କରାଯାଇଛି।
ଅଲ-ଉଦିଦ ବେସ: ଏହି ହେଲିକପ୍ଟର ବେସରେ ଥିବା ରକ୍ଷଣାବେକ୍ଷଣ କେନ୍ଦ୍ର ଏବଂ ଉପକରଣ ହ୍ୟାଙ୍ଗରକୁ ମଧ୍ୟ ଧ୍ୱଂସ କରାଯାଇଥିବା ଇରାନ ସେନା (IRGC) ପକ୍ଷରୁ କୁହାଯାଇଛି।

Dharitri – Odisha’s No.1 Odia Daily

Share