ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ବିଧାନସଭାରେ ସ୍ଥାପନ ଦାବି:ବାଚସ୍ପତିଙ୍କୁ ଭେଟି ଜଣାଇଲା ଘୁମୁସର ଉନ୍ନୟନ ମଞ୍ଚ

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ): କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ଓଡ଼ିଶା ବିଧାନସଭା ପରିସରରେ ସ୍ଥାପନ ପାଇଁ ଦାବି ଯୋର ଧରିଛି। ଘୁମୁସର ଉନ୍ନୟନ ମଞ୍ଚ ଓ ଘୁମୁସର ବିକାଶ ପରିଷଦ ଭଞ୍ଜନଗର କର୍ମକର୍ତ୍ତାମାନେ ସୋମବାର ବାଚସ୍ପତି ସୁରମା ପାଢ଼ୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ଉକ୍ତ ଦାବି କରିଛନ୍ତି। ଏହି ସମୟରେ ବରିଷ୍ଠ ଭାଜପା ନେତା ମହେଶ ମହାନ୍ତି,
ପ୍ରାକ୍ତନ କଲେଜ ଅଧକ୍ଷ ବାଲ୍ମୀକି ପଟ୍ଟନାୟକ, ବରିଷ୍ଟ ଆଇନଜୀବୀ ସୋମନାଥ ନାୟକ, ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ , ବରିଷ୍ଟ ନାଗରିକ ମଞ୍ଚ ସମ୍ପାଦକ ରବିନାରାୟଣ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ସଂସ୍କୃତି ବିଭାଗକୁ ଚିଠି ଲେଖିବି ବୋଲି ବାଚସ୍ପତି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।