ସ୍ବାମୀଙ୍କୁ ଆକ୍ରମଣ ପରେ ସ୍ତ୍ରୀଙ୍କୁ ଗଣବଳାତ୍କାର

ଆଗ୍ରା, ୩୧।୩ : ସ୍ବାମୀଙ୍କୁ ଆକ୍ରମଣ ପରେ ୧୯ ବର୍ଷୀୟା ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି ଉତ୍ତର ପ୍ରଦେଶର ଆଗ୍ରା ଜିଲାରୁ। ଦୁର୍ବୃତ୍ତମାନେ ଏହି ଘଟଣାର ଭିଡିଓ କରିବା ସହ କାହାକୁ କିଛି କହିଲେ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଏଫ୍‌ଆଇଆର୍‌ରେ ଦୁଇ ଅଭିଯୁକ୍ତଙ୍କ ନାମ ଥିବାବେଳେ ଅନ୍ୟ ଜଣଙ୍କ ନାମ ଉଲ୍ଲେଖ କରାଯାଇ ନାହିଁ।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସୋମବାର ସନ୍ଧ୍ୟାରେ ବାଇକ୍‌ ଯୋଗେ ଶାଶୁ ଘରକୁ ଯାଉଥିବାବେଳେ ୩ ଜଣ ଦୁର୍ବୃତ୍ତ ଅଟକାଇ ଥିଲେ। ଆମକୁ ଜଙ୍ଗଲକୁ ଘୋଷାଡ଼ି ନେବା ପରେ ମୋତେ ବଳାତ୍କାର କରିବା ସହ ଘଟଣାର ଭିଡିଓ ଉତ୍ତୋଳନ କରିଥିଲେ। ଆମକୁ ଲୁଟିବା ସହ କାହାକୁ କିଛି କହିଲେ ଜୀବନରୁ ମାରି ଦେବାକୁ ଧମକ ଦେବା ପରେ ଛାଡ଼ି ଦେଇଥିଲେ।

ଆଗ୍ରା ପୋଲିସର ବରିଷ୍ଠ ଏସ୍‌ପି ମୁନିରାଜ ଜି. କହିଛନ୍ତି, ଦମ୍ପତି ୩ ଦୁର୍ବୃତ୍ତଙ୍କ ବିରୋଧରେ ଗଣବଳାତ୍କାର ଅଭିଯୋଗ କରିଥିଲେ। ଏହା ଆଧାରରେ ଆମେ ଏଫ୍‌ଆଇଆର ଦାୟର କରିଛୁ। ପୀଡ଼ିତାଙ୍କ ମେଡିକାଲ ସରିଛି। ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯିବା ସହ ପଚରାଉଚୁରା କରାଯାଉଛି। ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି।