ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକକୁ ପଛରୁ ଧକ୍କା ଦେଲା କାର୍‌, ୪ ମୃତ

ଲକ୍ଷ୍ନୌ,୮।୧୧: ଉତ୍ତର ପ୍ରଦେଶର ଶାମଲି ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପାଣିପତ-ଖାତିମା ରାଜପଥର ବୁଟ୍ରାଡା ଫ୍ଲାଏଓଭର ନିକଟରେ ଏକ ଦ୍ରୁତଗାମୀ କାର୍‌ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଛି। ଧକ୍କା ଏତେ ଜୋରରେ ଥିଲା ଯେ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ ଏଥିରେ ଥିବା ଚାରି ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଦୁର୍ଘଟଣା ପ୍ରାୟ ରାତି ପ୍ରାୟ ୧ଟା ସମୟରେ ଘଟିଥିଲା। ସ୍ବିଫ୍ଟ କାର (ନମ୍ବର HR-19K-8004) ଚରଖି ଦାଦରୀର ବୋଲି କୁହାଯାଉଛି। ଚାରି ଯୁବକ ମୁଜାଫରନଗର ଅଭିମୁଖେ ଯାଉଥିବା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି।

ଯେତେବେଳେ ସେମାନେ ବୁଟ୍ରାଡା ଫ୍ଲାଏଓଭର ପାଖକୁ ଯାଉଥିଲେ, କାର୍‌ଟି ହଠାତ୍‌ ନିୟନ୍ତ୍ରଣ ହରାଇ ପାର୍କିଂ ହୋଇଥିବା ଟ୍ରକର ପଛପଟେ ଧକ୍କା ଦେଇଥିଲା। ଦୁର୍ଘଟଣାର ଶବ୍ଦ ଏତେ ଜୋରରେ ଥିଲା ଯେ ପାଖରେ ଥିବା ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ।

 

Dharitri – The Largest & Most Trusted Odia Daily