ନୂଆଦିଲ୍ଲୀ,୩୧।୧: ଚଳିତ ବର୍ଷର ଗଣତନ୍ତ୍ର ଦିବସ ପରେଡ୍ରେ ଉତ୍ତର ପ୍ରଦେଶ (ୟୁପି) ପ୍ରଥମ ସ୍ଥାନ ଅଧିକାର କରିଛି। ନୂଆଦିଲ୍ଲୀର ଜାତୀୟ ଥିଏଟରଠାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେଇ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ୍ ପ୍ରଥମ ସ୍ଥାନ ଅଧିକାର କରିଥିବା ୟୁପି ଟେବୁଲକୁ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରିଥିଲେ। ୟୁପି ସରକାରଙ୍କ ବରିଷ୍ଠ ଅଧିକାରୀ ଓ ପ୍ରତିନିଧି ଯୋଗଦେଇ ଅତିଥିଙ୍କଠାରୁ ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ।