ନୂଆଦିଲ୍ଲୀ,୨୭ା୮: ଯୌତୁକ ବିବାଦକୁ ନେଇ ଉତ୍ତରପ୍ରଦେଶ ଆମ୍ରୋହା ଜିଲାର ଜଣେ ପୋଲିସ କନ୍ଷ୍ଟେବଲ୍ ମଙ୍ଗଳବାର ତାଙ୍କ ସ୍ତ୍ରୀଙ୍କ ଦେହରେ ନିଆଁ ଲଗାଇଦେଇଥିଲେ। ମହିଳା ଜଣକ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରୁଥିବାବେଳେ କନ୍ଷ୍ଟେବଲ ଗିରଫ ହୋଇଛନ୍ତି। ଇକାଉନା ଗ୍ରାମାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ନର୍ସ ଥିବା ସ୍ତ୍ରୀ ପାରୁଲଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଦିଲ୍ଲୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କନ୍ଷ୍ଟେବଲଙ୍କ ପରିବାର ସଦସ୍ୟ ଫେରାର ହୋଇଯାଇଛନ୍ତି। ଉତ୍ତରପ୍ରଦେଶ ପୋଲିସରେ ହେଡ୍ କନ୍ଷ୍ଟେବଲ ଥିବା ଦେବେନ୍ଦ୍ରଙ୍କର ନିକଟରେ ବରେଲିକୁ ବଦଳି ହୋଇଥିଲା। ସେ ସପ୍ତାହେ ଛୁଟି ନେଇ ଘରକୁ ଆସିଥିବାବେଳେ ଯୌତୁକ ଦାବିରେ ସ୍ତ୍ରୀଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ବୋଲି ପୋଲିସ କହିଛି। ଦେବେନ୍ଦ୍ରଙ୍କ ସମେତ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।