କେସିଙ୍ଗା,୨୨।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଶିରୋଲ ଗ୍ରାମପଞ୍ଚାତର ନାଏବ ସରପଞ୍ଚ ପଙ୍କଜ ମାଝୀ(୫୫)ଙ୍କ ଶନିବାର ଅକାଳ ବିୟୋଗ ହୋଇ ଯାଇଛି। ସେ କିଛି ଦିନ ଧରି ଜ୍ବରରେ ପୀଡ଼ିତ ଥିଲେ। ଶନିବାର ସକାଳେ ଜ୍ୱର ବଢ଼ିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। ମାତ୍ର ସେ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାରଲୋକେ ମୃତଦେହକୁ ହସ୍ପିଟାଲରୁ ଆଣି ଶନିବାର ନିଜ ଗ୍ରାମ ପୋଢ଼ଖମ୍ବରେ ସତ୍କାର କରିଥିଲେ।
ନାଏବ ସରପଞ୍ଚ ଭାବେ ପଙ୍କଜଙ୍କ କାର୍ଯ୍ୟକାଳ ଭିତରେ ଗ୍ରାମ ପଞ୍ଚାୟତରେ ଅନେକ ଉନ୍ନୟନ କାର୍ଯ୍ୟକ୍ରମ ହୋଇଛି। ସେ ଜଣେ ଅଲେଖ ମହିମା ଧର୍ମବାଲମ୍ବୀ ଓ ନିଷ୍ଠ ଭାସି ଥିଲେ। ଏହି ଦୁଃଖଦ ଖବର ଗ୍ରାମ ପଞ୍ଚାୟତ ସାରା ପ୍ରଚାରିତ ହେଲା ପରେ ଶିରୋଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଝରଣା ବାଗ, ପିଇଓ ଝସକେତନ ସାହୁ, ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଓ ଅନେକ ବ୍ୟକ୍ତି ବିଶେଷ ଶୋକ ସଭା ପାଳନ କରି ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
Dharitri – Odisha’s No.1 Odia Daily