ଅସୁରକ୍ଷିତ ୫୯ନଂ ଜାତୀୟ ରାଜପଥ: ପେଭରବ୍ଲକକୁ ଖୋଳି ବିଛାଯାଉଛି ଓଏଫସି କେବୁଲ

ଦାରିଙ୍ଗବାଡି, ୧୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଛି। ଉକ୍ତ ରାସ୍ତାର ଦାରିଙ୍ଗବାଡିଠାରୁ ବାଲିଗୁଡା ରାସ୍ତାରେ ବିଏସଏନଏଲର ଅଫଟିକ ଫାଇବାର କେବୁଲ (ଓଏଫସି) ବିଛାଯାଉଛି। ଏଥିପାଇଁ ରାଜପଥ କଡ଼ରେ ପାର୍କିଂ ଓ ପାଦରେ ଯାତ୍ରୀମାନେ ଯାତାୟତ ପାଇଁ ପେଭରବ୍ଲକ ପକାଯାଇଛି। ତେବେ ଭଲ ରାସ୍ତାକୁ ବିଏସଏନଏଲ ବିଭାଗ ପକ୍ଷରୁ ଖୋଲାଯାଇ କେବୁଲ ବିଛାଯାଉଛି। ଫଳରେ ଏବେ ରାଜପଥ ଏବେ ବିପଦ ସଂକୁଳ ପରିସ୍ଥିତି ଦେଖାଯାଇଛି । ଆଗକୁ ବର୍ଷା ଆସୁଥିବାରୁ ରାସ୍ତା ଖାଲ ଥିଲେ ଦୁର୍ଘଟଣା ଘଟିବା ଆଶଙ୍କା କରାଯାଇଛି। ଜାତୀୟ ରାଜପଥ ବିଭାଗର କୌଣସି ଅଧିକାରୀ ଏହାର ତଦାରଖ କରୁ ନ ଥିବାବେଳେ ରାସ୍ତା ଖୋଳିବା ପାଇଁ ଏହାର ଅନୁମତି ନିଆଯାଇଛିକି ନାହିଁ ନା ଅନୁମତି ଦିଆଯାଇଛି ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ଏହାର ରାଜପଥ ବିଭାଗ ତଦନ୍ତ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।