କେସିଙ୍ଗା,୨୬ା୫(ତୁମେଶ୍ବର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମ ପଞ୍ଚାୟତ ଅଧୀନ ତୁର୍ଲା ଗ୍ରାମର ହରିଜନ ପଡାରେ ରାସ୍ତାକାମ କରି ଆଜକୁ ଏକବର୍ଷରୁ ଊଦ୍ଧର୍ବ ହେଲାଣି ଶ୍ରମିକମାନେ ପାରିଶ୍ରମିକ ପାଇନାହାନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ତୁର୍ଲା ଗ୍ରାମର ସ୍କୁଲ ପଡ଼ାରେ ଦୁଇ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କେସିଙ୍ଗା ପଞ୍ଚାୟତ ସମିତି ପକ୍ଷରୁ କଂକ୍ରିଟ ରାସ୍ତା କାମ କରଯାଇଥିଲା। ତୁର୍ଲା ଗ୍ରାମର ଜନୈକ ଠିକାଦାରଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। କାମ ସାରିବା ପରେ ଠିକାଦାର ପାରିଶ୍ରମକ ଦେଇ ନ ଥିବା ନେଇ ଶ୍ରମିକମାନେ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ସତ୍ତ୍ୱେ ସୁଫଳ ମିଳି ନ ଥିବାରୁ ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁଣି ରାସ୍ତାକାମ ଅତି ନିମ୍ନମାନର ନେଇ ଅଭିଯୋଗ ହୋଇଛି।