ଚିକିତ୍ସା ସମୟରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ, ଚିହ୍ନଟ ପାଇଁ ସୁଙ୍କି ପୋଲିସ ପଠାଇଲା ଜିଲା ମେଡ଼ିକାଲ କଲେଜ

ପଟ୍ଟାଙ୍ଗି,୧୨।୪,(ଶରତ କୁମାର ଧଳ): କୋରାପୁଟ ଜିଲା ସୁଙ୍କି ଥାନା ଅନ୍ତର୍ଗତ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ରହିଥିବା ବରଗଛ ମୂଳେ ଅଚେତ ଅବସ୍ଥାରେ ପଡି ରହିଥିବା ଜଣେ ଅଜଣା ବ୍ୟକ୍ତିଙ୍କ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି । ଏହାପରେ ମୃତକଙ୍କୁ ଚିହ୍ନଟ କରିବା ନିମନ୍ତେ ସୁଙ୍କି ପୋଲିସ ଜିଲା ମେଡ଼ିକାଲକୁ ମୃତ ହେଦକୁ ସ୍ଥାନାନ୍ତରିତ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଉକ୍ତ ଗଛ ମୂଳେ ଅଚେତ ଅବସ୍ଥାରେ ପଡି ରହିଥିବା ବ୍ୟକ୍ତି ଜଣକ କିଏ ତାହା ଜଣାପଡି ନାହିଁ। ତାଙ୍କ ବୟସ ପ୍ରାୟ ୨୫ ରୁ ୩୦ ବର୍ଷ ହୋଇଥିବା ବେଳେ ଉଚ୍ଚତା ପ୍ରାୟ ୦୫ ଫୁଟ ରହିଛି । ପତଳା ଶରୀର, ବର୍ଣ୍ଣ ଗୋରା ସେ। ନୀଳ ରଙ୍ଗର ଟ୍ରାକ ଫୁଲ ପ୍ୟାଣ୍ଟ ସହ କଫି ରଙ୍ଗର ହାଫ ଟି ସାର୍ଟ ଓ ଡାହାଣ ହାତରେ ଷ୍ଟିଲର ଖଡୁ ବା ବ୍ରେସ ଲେଟ ପିନ୍ଧି ଥିବା ବେଳେ ବରଗଛ ମୂଳେ ଅଚେତ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ପାଇଥିଲେ ଚେଟି ପେଣ୍ଟା ନାମକ ଜଣେ ବ୍ୟକ୍ତି । ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଚେତ ଅଜଣା ବ୍ୟକ୍ତିଙ୍କୁ ଉଦ୍ଧାର କରି ନିକଟରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇ ଚିକିତ୍ସା ଆରମ୍ଭ କରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା॥ ଖବର ପାଠ ସୁଙ୍କି ପୋଲିସ ଓ ଏସ ଆଇ କେ ସାଙ୍ଗାନା ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ସ୍ଥାନୀୟ ଅତିରିକ୍ତ ତହସିଲଦାର ପୁର୍ଣ୍ଣ ଚନ୍ଦ୍ର ସାହୁଙ୍କ ଉପସ୍ଥିତରେ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ କରି ଚିହ୍ନଟ ନିମନ୍ତେ ଜିଲା ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛନ୍ତି । ସେପଟେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଚିହ୍ନଟ କରିବା ନିମନ୍ତେ ଉକ୍ତ ମେଡ଼ିକାଲ କଲେଜରେ ୯୨ ଘଣ୍ଟା ରଖାଯିବ ବୋଲି ପୋଲିସ ପ୍ରକାଶ କରିଛି ।

Share