ଅଧ୍ୟୟନ ପାଇଁ ଦାରିଙ୍ଗବାଡିକୁ ବାଛୁଛନ୍ତି ଅନ୍ୟ ରାଜ୍ୟର ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୨୬ା୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସ୍ବତନ୍ତ୍ର ଶିକ୍ଷା ଗ୍ରହଣ ଲାଗି ଆସୁଛନ୍ତି ଅନ୍ୟ ରାଜ୍ୟର ଶିକ୍ଷାର୍ଥୀ। ସେମାନେ ଏସମ୍ପର୍କରେ ଅଧିକ ଜ୍ଞାନ ଆହରଣ ପାଇଁ ଦାରିଙ୍ଗବାଡିର ଦୁର୍ଗମ ଓ ଅପହଞ୍ଚ ଗ୍ରାମକୁ ବାଛୁଛନ୍ତି। ବେଙ୍ଗୁଲୁରରେ ଏଭଳି ଏକ ବିଶ୍ୱବିଦ୍ୟାଳୟ ରହିଛି ସେଠାରୁ ଦାରିଙ୍ଗବାଡିକୁ ପ୍ରତିବର୍ଷ ଛାତ୍ରୀଛାତ୍ର ଆସି ସ୍ବତନ୍ତ୍ର ଶିକ୍ଷା ଗ୍ରହଣ କରି ଫେରୁଛନ୍ତି। ଚଳିତ ବର୍ଷ ତୃତୀୟ ଥର ପାଇଁ ବେଙ୍ଗୁଲୁରୁର ଆଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟର ୮ ଜଣ ଛାତ୍ରୀଛାତ୍ର ଋଷିକେଶ ସଞ୍ଜୟ ବାଘମାରେ, ଆକାଂଶା ବୋହରା, ଅମ୍ମାର ପି., ଅକ୍ଷଦା, ଶୁଭନ ନିସାର, ଦୀକ୍ଷା ଶେଣ୍ଡେ, ଆସ୍ଥା କୁମାରୀ, ଅନିଶ ପୂଜାପଣ୍ଡା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଗ୍ରାମରେ ପହଞ୍ଚତ୍ଥିଲେ। ସେମାନେ ଦନେକବାଡି ପଞ୍ଚାୟତର କଟଡି, ବାଡାବାଙ୍ଗା ପଞ୍ଚାୟତର ଗର୍ଜେଡି, ଶ୍ରାନିକେତା ପଞ୍ଚାୟତର ସୁଗାନ କେତା, ସୁଲୁମାହା, ର୍ସିକାବର୍ଗ ପଞ୍ଚାୟତର କଟଡିମାହା ଗ୍ରାମ. ତିଲୋରୀ ପଞ୍ଚାୟତ ଓ ବୁଡ଼ାଗୁଡା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇଥିଲେ। ସେଠାକାର ଅନୁସୂଚିତ ଜନଜାତି ସାମ୍ପ୍ରଦାୟର ଲୋକଙ୍କ ଚଳଣି, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସାମାଜିକ ସ୍ଥିତି, ଆର୍ଥିଜ ସ୍ବାବଲମ୍ବନଶୀଳତା ବେସରକାରୀ ଓ ସରକାରୀ ସହାୟତା ସେମାନଙ୍କୁ ମିଳୁଛି କି ନାହିଁ ସେ ସମ୍ପର୍କରେ ଶିକ୍ଷା ଗହଣ କରୁିଛନ୍ତି। ସେହିପରି ସେମାନେ ସମ୍ପୃକ୍ତ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟକୁ ପରିଦର୍ଶନ କରି ସେଠାକାର ଭିତ୍ତିଭୂମି, ଶିକ୍ଷାର ମାନ ଜାଣିବାକୁ ପ୍ରୟାସ କରିଥିଲେ। ଜଙ୍ଗଲ ଜମିର ଅଧିକାର ସମ୍ପର୍କରେ ଜାଣିବାକୁ ଛାତ୍ରୀଛାତ୍ରମାନେ ତହସିଲଦାର ଧୀରୋଜ ପାତ୍ରଙ୍କୁ ଭେଟି ତାଙ୍କଠାରୁ ଏନେଇ ଶିକ୍ଷପ୍ରାପ୍ତ ହୋଇଥିଲେ। ସେମାନଙ୍କୁ ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟଙ୍କ ସମେତ କାର୍ଯ୍ୟକ୍ରମ ଅଧିକାରୀ ସଦାନନ୍ଦ ସିଂ ଗାଇଡ କରିଥିଲେ। ଅଧ୍ୟାୟନ ସାରିବା ପରେ ଏକ ସମୀକ୍ଷା କାର୍ଯ୍ୟକ୍ରମ କରାଯାଇଥିଲା। ଜାଗୃତି ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

 

Dharitri No. 1 Most  Trusted Odia Daily of Odisha