ବଲାଙ୍ଗୀର,୧।୯(ସୁନିଲ କୁମାର ମହାନ୍ତି): ସ୍ଥାନୀୟ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟଓ ଚିକିତ୍ସାଳୟରେ ଏକ ସର୍ବ ଭାରତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ତଥା ରାଷ୍ଟ୍ରୀୟ ଆୟୁର୍ବେଦ ବିଦ୍ୟା ପୀଠର ମିଳିତ ଆନୁକୁଲ୍ୟରେ ସର୍ବ ଭାରତୀୟ ସ୍ତରରୁ ୩୦ ଜଣ ସସ୍ତବୃତ୍ତ ଏଂ ଯୋଗ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ମାନେ ପ୍ରଶିକ୍ଷଣରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଡ଼ା.ମନୋଜ କୁମାର ସାହୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ବିଶିଷ୍ଟ ଅତିଥି ଭାବରେ ପ୍ରଫେସର ସୁମିତା ଜେନ (ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ନାଗପୁର) ଏବଂ ପ୍ରଫେସର ପ୍ରଭୁ ନାଗଲାପୂର୍ ( ଶ୍ରୀ ଜଗତ ଗରୁ ଗାବିସିଦ୍ଧେଶ୍ୱର ଆୟର୍ବେଦିକ ମହାବିଦ୍ୟାଳୟ) ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜକ ଡ଼ା ଶୁଶାନ୍ତ ସାହୁ ସ୍ବାଗତ ଅଭିଭାଷଣ ଦେଇଥିଲେ । ଡ଼ା ଉତ୍କଳନୀ ନାୟକ ଓ ଡ଼ା ଲିପ୍ସା ଦାସ କାର୍ଯ୍ୟକ୍ରମର ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିଥିଲେ। ପ୍ରଫେସର ସରିତା ମହନ୍ତ , ଡ଼ା ସ୍ନେହଲତା ପ୍ରଧାନ, ଡ଼ା ଆଶିଷ ମୋଡା, ଡ଼ା ଶ୍ୟାମ ସୁନ୍ଦର ସାହୁ, ଡ଼ା ପ୍ରଗତି ଭାଲେରାଓ ଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶେଷରେ ଡା ଶୁଭସ୍ମିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ବଲାଙ୍ଗୀର ଠାରେ ଆରମ୍ଭ ହୋଇଥିବା ସର୍ବ ଭାରତୀୟ ପ୍ରଶିକ୍ଷଣ ଶିବିରରେ ୧୫ଟି ରାଜ୍ୟରୁ ଅଧ୍ୟାପିକା ଓ ଅଧ୍ୟାପକ ମାନେ ଆସି ଯୋଗଦେଇଥିବା ବେଳେ ଏହି ଶିବିରଟି ଆସନ୍ତା ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ।