ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ଼ ବ୍ଲକ ଅନ୍ତର୍ଗତ କୁରୁଆଁ ଗ୍ରାମସ୍ଥିତ ଉମା ମାହେଶ୍ୱରୀ ଉଚ୍ଚ ବିଦ୍ୟାଳୟରେ ରବିବାର ୨୦୦୦ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ପୁରାତନ ଛାତ୍ରୀଛାତ୍ରମାନେ ସପରିବାର ଯୋଗ ଦେଇଥିଲେ। ପ୍ରଥମେ ଶିକ୍ଷକମାନଙ୍କୁ ଗୁରୁ ପୂଜନ କରି ଦିବଂଙ୍ଗତ ଶିକ୍ଷକ ସ୍ବର୍ଗତ ଉପେନ୍ଦ୍ର ସାହୁ, ପିଅନ ମୀନକେତନ ଅମାତ ପ୍ରମୁଖଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଶିକ୍ଷକ ଭକ୍ତ ପ୍ରସାଦ ପ୍ରଧାନ, ପ୍ରେମାନନ୍ଦ ସାହୁ, ସଦାନନ୍ଦ ଗରିଆ, ଗୁରୁଦେବ ଭୁଏ, ସରୋଜ ମହାକୁର ଉଦବୋଧନ ଦେଇଥିଲେ । ସଭାକାର୍ଯ୍ୟକୁ ପୁରାତନ ଛାତ୍ର ଈଶ୍ବର ଛନ୍ଦ ପରିଚାଳନା କରିଥିବାବେଳେ ରାଜେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ଏଥିରେ ଭରତ କିଶୋର ନାଏକ, ଭରତ ମହାକୁର, କରନ ସିଂ, ଦୁର୍ଗା ପ୍ରଧାନ, ବିନୋଦ ଷାଣ୍ଢ, ଯାମିନୀ ମହାକୁର, ସୁଦେଷ୍ଣା ମହାକୁର, ରୁକ୍ମିଣୀ କଲତା, ଶୋଭାଞ୍ଜଳି ସେଠ, କନକ ଦେହେରୀ, ରୀନା କର୍ମୀ ପ୍ରମୁଖ ପୁରାତନ ଛାତ୍ରୀଛାତ୍ରମାନେ ସହଯୋଗ କରିଥିଲେ । ଏଥି ସହିତ ଶିଶୁମାନେ ନୃତ୍ୟ, ଗୀତ ପରିବେଷଣ କରିଥିଲେ।