କେନ୍ଦ୍ରମନ୍ତ୍ରୀ ସୁରେଶ୍ ଗୋପୀଙ୍କ ଇସ୍ତଫା ଦେବାକୁ ପ୍ରସ୍ତାବ: କହିଲେ ଆୟ କମିଗଲାଣି

ନୂଆଦିଲ୍ଲୀ,୧୨।୧୦: କେନ୍ଦ୍ରମନ୍ତ୍ରୀ ସୁରେଶ୍ ଗୋପୀ ରବିବାର ମନ୍ତ୍ରୀପଦରୁ ଇସ୍ତଫା ଦେବାର ଇଚ୍ଛା ପ୍ରକାଶ କରିଛନ୍ତି। ସେ ଭାଜପାର ନୂଆ ରାଜ୍ୟସଭା ଏମପି ସି. ସଦାନନ୍ଦନ୍ ମାଷ୍ଟରଙ୍କୁ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ନିଜ ସ୍ଥାନ ଦେବାକୁ ପ୍ରସ୍ତାବ ଦେଇଛନ୍ତି।

କନ୍ନୁର ଜିଲାର ଏକ କାର୍ଯ୍ୟକ୍ରମରେ ପାର୍ଟି କର୍ମୀମାନଙ୍କୁ ସମ୍ବୋଧନ କରୁଥିବା ବେଳେ ସଦାନନ୍ଦନ୍‌ଙ୍କ ଉପସ୍ଥିତିରେ ଗୋପୀ କହିଛନ୍ତି, “ସଦାନନ୍ଦନ୍ ମାଷ୍ଟରଙ୍କୁ ରାଜ୍ୟସଭାରେ ନିର୍ବାଚିତ କରିବା ଉତ୍ତର କନ୍ନୁରର ରାଜନୀତିରେ ଏକ ବଡ଼ ବ୍ରେକ୍‌ଥ୍ରୁ। ମୋତେ ହଟାଇ ସଦାନନ୍ଦନ୍‌ଙ୍କୁ କେନ୍ଦ୍ରମନ୍ତ୍ରୀ କରିବା ଉଚିତ୍। ଏହା କେରଳର ରାଜନୈତିକ ଇତିହାସରେ ନୂତନ ଅଧ୍ୟାୟ ଲେଖିବ।” ସେ ଆଶା କରୁଛନ୍ତି ଯେ, ସଦାନନ୍ଦନ୍‌ଙ୍କ ଏମପି କାର୍ଯ୍ୟାଳୟ ଶୀଘ୍ର ମନ୍ତ୍ରୀପଦରେ ପରିଣତ ହେବ।

ପେଟ୍ରୋଲିୟମ୍ ଓ ପର୍ଯ୍ୟଟନ୍ ମନ୍ତ୍ରୀ ସୁରେଶ୍ ଗୋପୀ, ଯିଏ ଅଭିନେତାରୁ ରାଜନେତା ହୋଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟର ସବୁଠାରୁ କମ୍ ବୟସର ଭାଜପା ସଦସ୍ୟ ମଧ୍ୟରୁ ମୁଁ ଜଣେ। ୨୦୧୬ ଅକ୍ଟୋବରରେ ପାର୍ଟିରେ ଯୋଗ ଦେଇଥିଲେ। ଲୋକସଭା ନିର୍ବାଚନରେ ନିର୍ବାଚିତ ହେବା ପରେ ପାର୍ଟି ମତେ ମନ୍ତ୍ରୀ କରିଥିଲା। ତେବେ ମୁଁ ଫିଲ୍ମ୍ କ୍ୟାରିଅର ଛାଡ଼ି ମନ୍ତ୍ରୀ ହେବାକୁ ଚାହୁଁ ନ ଥିଲି। ମନ୍ତ୍ରୀ ହେବା ପରେ ମୋର ଆୟ ବହୁତ ହ୍ରାସ ପାଇଛି,।”

Dharitri – Odisha’s No.1 Odia Daily

Share