ବଳାତ୍କାରୀଙ୍କୁ ମୁକ୍ତ କରାଯିବା ଯଥାର୍ଥ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୯ା୧୦: ବିଲ୍‌କିସ୍‌ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା ୧୧ ଜଣ ଅନେକ ବର୍ଷ ସଜା କାଟିସାରିଛନ୍ତି। ସେମାନଙ୍କୁ ଜେଲରୁ ମୁକ୍ତ କରାଯିବାର ବ୍ୟବସ୍ଥା ରହିଥିବା କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ କହିଛନ୍ତି। ଗୁଜରାଟରେ ନିର୍ବାଚନ ପ୍ରଚାର କରୁଥିବା ଜୋଷୀ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ସରକାର ଏବଂ ମାମଲା ସହ ସମ୍ପୃକ୍ତ ବ୍ୟକ୍ତି ନେଇଥିବା ନିଷ୍ପତ୍ତି ଆଇନର ଏକ ପ୍ରକ୍ରିୟା ଏବଂ ସବୁକିଛି ଆଇନ ଅନୁଯାୟୀ ହୋଇଥିବା ଜୋଷୀ କହିଛନ୍ତି।