Categories: ଜାତୀୟ

ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ Laptop: ଜାଣନ୍ତୁ ଏଥିରେ କ’ଣ ଅଛି ଖାସ୍‌

ନୂଆଦିଲ୍ଲୀ,୧।୩: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଏକ Laptop ବ୍ୟବହାର କରୁଥିବାର ଦେଖାଯାଉଛି। ଏହି Laptop ଭାରତରେ ଡିଜାଇନ କରାଯାଇଛି ଏବଂ ଏହାକୁ ସମ୍ପୂର୍ଣ୍ଣ ଭାରତରେ ର୍ନିମିତ କରାଯାଇଛି। ତେଣୁ ଏହା ଏକ ସମ୍ପୂର୍ଣ୍ଣ ଭାରତରେ ନିର୍ମିତ Laptop। ଏହାକୁ VVDN ଟେକ୍ନୋଲୋଜିସ ନାମକ ଏକ କମ୍ପାନୀ ଦ୍ୱାରା ବିକଶିତ କରାଯାଇଛି। ବୈଷ୍ଣବଙ୍କ ଦ୍ୱାରା ଶେୟାର କରାଯାଇଥିବା ଭିଡିଓରେ, କମ୍ପାନୀର ସିଇଓ ପୁନିତ ଅଗ୍ରୱାଲଙ୍କୁ କହୁଥିବାର ଶୁଣାଯାଉଛି ଯେ, Laptopର ହାର୍ଡୱେର, ମଦରବୋର୍ଡ, ମେକାନିକାଲ୍ସ, ବଡି ଏବଂ ଚେସିସ ଏବଂ ସଫ୍ଟୱେର୍‌ ସମେତ ସବୁକିଛି ଭାରତରେ ନିର୍ମିତ ହୋଇଛି।
ଭିଡିଓରେ Laptop ବିଷୟରେ ଅଧିକ ସୂଚନା ଦିଆଯାଇ ନାହିଁ, କିନ୍ତୁ ଅଗ୍ରୱାଲ କହିଛନ୍ତି, ଏହାକୁ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ଡିଜାଇନ କରାଯାଇଛି। କମ୍ପାନୀର ୱେବସାଇଟରେ କୁହାଯାଇଛି ଯେ VVDN ଟେକ୍ନୋଲୋଜି ବିଭିନ୍ନ କମ୍ପାନୀକୁ ପ୍ରବେଶ-ସ୍ତରୀୟ ଲାପଟପ ସମାଧାନ ପ୍ରଦାନ କରେ। ଏପରି ଏକ Laptopର ସ୍ପେସିଫିକେସନ ବିଷୟରେ କୁହାଯାଇଛି ଯେ, ୧୪ ଇଞ୍ଚ ଡିସପ୍ଲେ ଥିବା ଏହି ଲାପଟପରେ ଇଣ୍ଟେଲ ସେଲେରନ ପ୍ରୋସେସର୍‌, ୨୫୬GB SATA SSD ଷ୍ଟୋରେଜ ଏବଂ ୮ GB RAM ରହିଛି। ଏହା ମାଇକ୍ରୋସଫ୍ଟର ୱିଣ୍ଡୋଜ ୧୧ ଅପରେଟିଂ ସିଷ୍ଟମରେ ଚାଲିଥାଏ। ତଳେ ଥିବା ଭିଡିଓରେ ଅଶ୍ୱିନୀ ବୈଷ୍ଣବଙ୍କୁ Laptop ପରୀକ୍ଷଣ କରୁଥିବାର ଦେଖିବାକୁ ମିଳିପାରିବ।
କମ୍ପାନୀର ୱେବସାଇଟରେ ଲେଖାଯାଇଛି, VVDN ଟେକ୍ନୋଲୋଜିସ ନିଜ ନାମରେ Laptop ବିକ୍ରି କରେ ନାହିଁ। କମ୍ପାନୀଟି Laptop ତିଆରି କରେ ଏବଂ ସେଗୁଡ଼ିକୁ ଅନ୍ୟ କମ୍ପାନୀଗୁଡ଼ିକୁ ଯୋଗାଇଥାଏ, ଯେଉଁମାନେ ନିଜସ୍ବ ବ୍ରାଣ୍ଡିଂ ସହିତ ବଜାରରେ ବିକ୍ରି କରନ୍ତି। କିଛି ଦିନ ଧରି ଦେଶରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଉନ୍ନତି ଆସିଛି ଏବଂ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ନିର୍ମାତାମାନଙ୍କୁ ମଧ୍ୟ ଲାଭ ପହଞ୍ଚାଉଛନ୍ତି।

 

Share