Union Budget 2026: ଆଜି କେନ୍ଦ୍ର ବଜେଟ

ନୂଆଦିଲ୍ଲୀ,୧।୨(ପି.ଟି.): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ପାର୍ଲାମେଣ୍ଟରେ ୨୦୨୬-୨୭ ଆର୍ଥତ୍କ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହା ତାଙ୍କର କ୍ରମାଗତ ୯ମ ବଜେଟ ଉପସ୍ଥାପନ ହେବ। ଅର୍ଥନୈତିକ ଅଭିବୃଦ୍ଧିର ଗତିକୁ ଅତୁଟ ରଖିବା, ଆର୍ଥତ୍କ ଶୃଙ୍ଖଳାକୁ ବଜାୟ ରଖିବା ସହ ଆମେରିକା ଟାରିଫ୍‌ ସମେତ ବିଶ୍ୱ ବାଣିଜ୍ୟ ସଂଘର୍ଷରୁ ଅର୍ଥନୀତିକୁ ସୁଧାର ଦେଇପାରିବା ଭଳି ଉପାୟଗୁଡ଼ିକୁ ସାମିଲକରିବା ପାଇଁ ଅର୍ଥମନ୍ତ୍ରୀ ପଦକ୍ଷେପ ଘୋଷଣା କରିବେ ବୋଲି ଆଶା କରାଯାଉଛି।
ସ୍ବାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ ରବିବାର ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଦଣ୍ଡାତ୍ମକ ଶୁଳ୍କ ଲଗାଇଥିବାବେଳେ ସୀତାରାମନଙ୍କ ଦ୍ୱାରା କରାଯାଇଥିବା ବ୍ୟାପକ ଆୟକର ଏବଂ ଜିଏସ୍‌ଟି ହ୍ରାସ, ଭିତ୍ତିଭୂମିରେ ବ୍ୟୟ ଏବଂ ରିଜର୍ଭ ବ୍ୟାଙ୍କର ସୁଧ ହାର ହ୍ରାସ ଭଳି ପଦକ୍ଷେପ ଯୋଗୁ ଭାରତୀୟ ଅର୍ଥନୀତି ଅତୁଟ ରହିଛି। ସ୍ଥାୟୀ ଅଭିବୃଦ୍ଧି ଧାରା ବଜାୟ ରଖିବା ନିମନ୍ତେ ସେ ବଜେଟରେ କେତେକ ପଦକ୍ଷେପ ଘୋଷଣା କରିବେ ବୋଲି ଆଶା କରାଯାଉଛି।

୨୦୨୭ ଆର୍ଥତ୍କ ବର୍ଷର ବଜେଟ ଏକ ଜଟିଳ ପୃଷ୍ଠଭୂମି ମଧ୍ୟରେ ପ୍ରସ୍ତୁତ ହୋଇଛି। ଘରୋଇ ଚାହିଦା ବଢ଼ିବା ସହ ଉଚ୍ଚ ମୁଦ୍ରାସ୍ଫୀତି ହ୍ରାସ ପାଇଥିବାବେଳେ ଭୂରାଜନୈତିକ ଉତ୍ତେଜନା, ସାମଗ୍ରୀଗୁଡ଼ିକର ଦରଦାମ୍‌ରେ ଅସ୍ଥିରତା ଏବଂ ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ଅସମାନ ମୁଦ୍ରାନୀତି ଶିଥିଳତା ଆଦି ବୈଶ୍ୱିକ ଅସ୍ଥିରତା ଭବିଷ୍ୟତ ପରିଦୃଶ୍ୟକୁ ଅସ୍ପଷ୍ଟ କରିରଖିଛି। ଦେଶ ମଧ୍ୟରେ ସରକାର ଆର୍ଥତ୍କ ନିଅଣ୍ଟକୁ ନିମ୍ନମୁଖୀ ପଥରେ ରଖିବା ସହିତ ଖର୍ଚ୍ଚ ବୃଦ୍ଧି, ନିଯୁକ୍ତି ସୃଷ୍ଟି ଏବଂ ପୁଞ୍ଜି ବ୍ୟୟ ବଢ଼ାଇବା ନେଇ ଚାପର ସମ୍ମୁଖୀନ ହେଉଛନ୍ତି। ତେବେ ଟିକସ ହ୍ରାସ କାରଣରୁ ସରକାରଙ୍କ ରାଜସ୍ବ କମିଛି, ଯାହାକୁ ନୂଆ ବଜେଟରେ ଅର୍ଥନୀତିକୁ ସମର୍ଥନ ଦେବାରେ ଅର୍ଥମନ୍ତ୍ରୀଙ୍କ ବିକଳ୍ପଗୁଡ଼ିକୁ ସୀମିତ କରିଦେଇଛି। ବିଶେଷକରି ବୃଦ୍ଧି ପାଉଥିବା ଅନିଶ୍ଚିତତା, ସଙ୍କଟରେ ଥିବା ଆର୍ଥତ୍କ ବଜାର ଏବଂ ବିଶ୍ୱ ପଣ୍ୟ ମୂଲ୍ୟରେ କ୍ରମାଗତ ବୃଦ୍ଧି କାରଣରୁ ଅଭିବୃଦ୍ଧିକୁ ଆଗେଇନେବା ଭଳି କାରକ ଖୋଜି ବାହାର କରିବା ଅର୍ଥମନ୍ତ୍ରୀଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇପାରେ।

ପଢ଼ନ୍ତୁ ➡️ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି?

ସେହିପରି ଆମେରିକା ସହ ବାଣିଜ୍ୟକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ନିବେଶକମାନଙ୍କ ଆସ୍ଥାକୁ ବଜାୟ ରଖିବା ମଧ୍ୟ ତାଙ୍କ ପାଇଁ ଆଉ ଏକ ଜଟିଳ କାର୍ଯ୍ୟ। ବିଦେଶୀ ନିବେଶକମାନେ କ୍ରମାଗତ ଭାବେ ଭାରତୀୟ ଅଂଶଧନ ବିକ୍ରି କରିଦେଉଥିବାରୁ ଟଙ୍କା ମୂଲ୍ୟ ରେକର୍ଡ ନିମ୍ନସ୍ତରରେ ପହଞ୍ଚତ୍ଛି। ରାଜସ୍ବ ବଢ଼ାଇବା ପାଇଁ ଅର୍ଥମନ୍ତ୍ରୀ ପେଟ୍ରୋଲ ଏବଂ ଡିଜେଲକୁ ବ୍ୟବହାର କରିପାରନ୍ତି ବୋଲି କେତେକେ ବିଶ୍ୱାସ କରୁଛନ୍ତି। ତୈଳ ଉପରେ ଟିକସ ବୃଦ୍ଧି ଗ୍ରାହକଙ୍କ ଉପରେ ନ ପକାଇ ଏହାକୁ ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ହ୍ରାସ ଦ୍ୱାରା ସମାୟୋଜିତ କରାଯାଇପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।

Dharitri – Odisha’s No.1 Odia Daily

Share
Tags: Union Budget