ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଶନିବାର ବଜେଟ ଉପସ୍ଥାପନ କରିଛନ୍ତି। କ୍ରମାଗତ ୮ମ ଥର ପାଇଁ ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆମେ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। ଏହାକୁ ଆକାଂକ୍ଷାର ବଜେଟ ବୋଲି ଅଭିହିତ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ସମସ୍ତ ବର୍ଗର ବିକାଶ ଉପରେ ଧ୍ୟାନ ଦେଇଛନ୍ତି। ଆସନ୍ତୁ ଦେଖିବା ବଜେଟରେ କେଉଁ ଜିନିଷ ଶସ୍ତା ହେଲା ଏବଂ କେଉଁଗୁଡ଼ିକ ମହଙ୍ଗା ଜିନିଷ ତାଲିକାରେ ସାମିଲ ହେଲା।
ଏହି ଜିନିଷଗୁଡ଼ିକ ହୋଇଗଲା ଶସ୍ତା
*ମୋବାଇଲ ଫୋନ ଶସ୍ତା ହେଲା
*କର୍କଟ ରୋଗର ଔଷଧ
*ଡାକ୍ତରୀ ଉପକରଣ
*LCD, LED
*୬ଟି ଜୀବନ ରକ୍ଷାକାରୀ ଔଷଧ
*୮୨ଟି ସାମଗ୍ରୀ ଉପରୁ ସେସ ହଟାଇବାର ଘୋଷଣା
*ଦେଶରେ ତିଆରି ପୋଷାକ ଶସ୍ତା ହେବ
*ସରକାର ବୈଦ୍ୟୁତିକ ଯାନବାହନ ଉପରେ ଟିକସ ରିହାତି ଦେଇଛନ୍ତି। ଏହା ବ୍ୟାଟେରୀ ଚାଳିତ କାରଗୁଡ଼ିକୁ ଶସ୍ତା କରିପାରିବ।
*ଚମଡା ଏବଂ ଏହାର ଉତ୍ପାଦ ଉପରେ ଟିକସ ହ୍ରାସ କରାଯାଇଛି, ଯାହା ଜିନିଷଗୁଡ଼ିକୁ ଶସ୍ତା କରାଇବ।
*ଫ୍ରୋଜେନ ଫିସ୍ ବା ମାଛ
*ମୋଟରସାଇକେଲ
*ଜିଙ୍କ ସ୍କେପ
*କୋବାଲ୍ଟ ପାଉଡର
*ଲିଥିୟମ ବ୍ୟାଟେରୀ
*ଲିଥିୟମ ଆୟନ ବ୍ୟାଟେରୀ
*କ୍ୟାରିଅର୍ ଗ୍ରେଡ ଇଣ୍ଟରନେଟ ସ୍ବିଚ
*ସିନ୍ଥେଟିକ ଫ୍ଳେବରିଂ ଏସେନ
*ଜାହାଜ ର୍ନିମାଣ ପାଇଁ କଞ୍ଚାମାଲ – ଆହୁରି ୧୦ ବର୍ଷ ପାଇଁ ମୌଳିକ ସୀମା ଶୁଳ୍କରୁ ମୁକ୍ତ
କଣ ମହଙ୍ଗା ହେଲା
*ବଜେଟରେ, ଇଣ୍ଟରାକ୍ଟିଭ ଫ୍ଲାଟ ପ୍ୟାନେଲ ଡିସପ୍ଲେ ଉପରେ ମୌଳିକ ସୀମା ଶୁଳ୍କ ୧୦ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା।
*ବୁଣା ହୋଇଥିବା କପଡ଼ା
ଏହା ସହିତ, ପିଲା ଏବଂ ବୟସ୍କଙ୍କ ସହ ଜଡିତ କିଛି ଜିନିଷ ବଜେଟରେ ମହଙ୍ଗା ହେବାର ଆଶା କରାଯାଉଛି। ପ୍ରକୃତରେ, ବଜେଟର ଗୋଟିଏ ଦିନ ପୂର୍ବରୁ ଉପସ୍ଥାପିତ ଅର୍ଥନୈତିକ ସର୍ଭେରେ, ଅଲଟ୍ରା ପ୍ରୋସେସ୍ଡ ଫୁଡ (UPF)ର ବର୍ଦ୍ଧିତ ବ୍ୟବହାର ଉପରେ ଚିନ୍ତା ପ୍ରକାଶ କରାଯାଇଥିଲା।
ଏହି ଖାଦ୍ୟ ସାମଗ୍ରୀରେ ଲୁଣ, ଚିନି, ଘନୀଭୂତ ଚର୍ବି ବା କନସେଣ୍ଟ୍ରେଣ୍ଟେଡ ଫ୍ୟାଟ ଏବଂ କୃତ୍ରିମ ମିଶ୍ରଣ ଥିବାରୁ, ଏଗୁଡ଼ିକର ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଏହି ସମସ୍ୟାର ମୁକାବିଲା ପାଇଁ ସେମାନଙ୍କ ଉପରେ ଅଧିକ GST ଲାଗୁ କରାଯିବା ନେଇ ଆଲୋଚନା ହେଉଛି। ଏହା ସହିତ, FSSAI ର କଠୋର ଲେବଲିଂ ଏବଂ ସଚେତନତା ଅଭିଯାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏହା ବଦଳରେ, ସ୍ଥାନୀୟ ଏବଂ ଋତୁକାଳୀନ ଫଳ ଏବଂ ପନିପରିବାର ବ୍ୟବହାର ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।